No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୭ ଡିସେମ୍ବର , ମଙ୍ଗଳବାର ) ନୟାଗଡ଼ :- ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ନୟାଗଡ଼ ସ୍ଥିତ ସେମିଓଟିକ୍ ଶିକ୍ଷାନୁଷ୍ଠାନଠାରେ ଜଳ ସଂରକ୍ଷଣ ଉପରେ ଏକ ବକ୍ତୃତା ପ୍ରତିଯୋଗିତା ଓ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡ଼ି ଆର୍ ଡ଼ି ଏ କାର୍ଯ୍ୟାଳୟର ଏଫ୍ ଏସ୍ ଏସ୍ ଏମ୍ ର ଅଧିକାରୀ ଡ଼ିମ୍ପଲ୍ ବେହାଲ୍ ଓ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଗୋଲକ ବିହାରୀ ନାୟକ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଅନନ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା ଆଶୁତୋଷ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଅଭିଭାଷଣ ରଖିଥିଲେ । ପରେ ଡିମ୍ପଲ୍ ବେହାଲ ଭୂତଳ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଉପାୟ ଉପରେ ଆଲୋକପାତ କରିଥିଲେ ।
ପରେ ଗୋଲି ସାର୍ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ଦିଗରେ ଯୁବକଙ୍କୁ ମାର୍ମିକ ବାଣୀ ପ୍ରଦାନ କରିଥିଲେ । ପରେ ମୁଖ୍ୟ ଅତିଥି ରଜତ ପଟ୍ଟନାୟକ ଆଗାମୀ ପିଢ଼ି ଆଶନ୍ନ ଜଳ ସଙ୍କଟରୁ କିପରି ମୁକ୍ତି ପାଇବ ସେ ଉପରେ ବିଷଦ ବିବରଣୀ ପ୍ରଦାନ କରିଥିଲେ ।
ଏହି ସଚେତନତା ସଭା ପରେ ଉପସ୍ଥିତ ଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଜଳ ସଂରକ୍ଷଣ ଦିଗରେ ଆଜିର ଯୁବ ପିଢ଼ି ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗିତାରେ ଯଥାକ୍ରମେ ପ୍ରୀତି ପର୍ବ ମହାପାତ୍ର, ଶୁଭଶ୍ରୀ ମିଶ୍ର, ଶୁଭଶ୍ରୀ ବେହେରା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଉପସ୍ଥିତ ଅତିଥିଙ୍କଠାରୁ ପ୍ରତିଭା ପ୍ରମାଣ ପତ୍ର ଓ ଉପଢୌଙ୍କନ ଗ୍ରହଣ କରିଥିଲେ । ଶେଷରେ ଅନନ୍ୟା ଫାଉଣ୍ଡେସନର ଉପାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସମାପ୍ତକରାଯାଇଥିଲା
No Result
View All Result