• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରକାରଙ୍କ ଆନ୍ତରିକାତ ନାହିଁ ବିଧାନସଭା ଗୃହ ଚଳାଇବାକୁ – କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
December 7, 2021
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ସରକାରଙ୍କ ଆନ୍ତରିକାତ ନାହିଁ ବିଧାନସଭା ଗୃହ ଚଳାଇବାକୁ – କଂଗ୍ରେସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ଭୁବନେଶ୍ୱର :- ଚଳିତ ରାଜ୍ୟ ବିଧାନସଭା ବୈଠକ ପ୍ରାରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଦିନ ଗୃହ କାର୍ଯ୍ୟ ଚାଲିପାରି ନାହିଁ ବୋଲି ଅଭିଯୋଗ କରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରି ବର୍ଷିଛନ୍ତି । ଗୃହ ଅଚଳ ହେବାର ମୁଖ୍ୟ କାରଣ ହେଲା ସରକାରୀ ଦଳ । ସରକାର ଜାଣିସୁଣି ପବିତ୍ର ଗୃହରେ ଆଲୋଚନା ପାଇଁ ଗୃହରେ କୌଣସି ସରକାରୀ ବିଜିନେସ ରଖିନାହାନ୍ତି । କଂଗ୍ରେସ ଦଳ ପ୍ରଥମ ଦିନରୁ ସେଥିପାଇଁ ମମିତା ଅପହରଣ ଓ ହତ୍ୟା ଘଟଣାରେ ପ୍ରସ୍ତାବ ଓ ମୁଲତବି ପ୍ରସ୍ତାବ ଆକାରରେ ଆଲୋଚନା ପାଇଁ ଦିଆଯାଇଥିଲା । କିନ୍ତୁ ସରକାର ଆଲୋଚନାକୁ କରାଇ ଦେଉନାହାଁନ୍ତି ।

ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କଲାପରେ ବି ସେ କହିବାକୁ ଆମକୁ ସୁଯୋଗ ଦେଲେ ନାହିଁ । ଆମେ ମୁଲତବୀ ପ୍ରସ୍ତାବ ଦେଇଛୁ ହେଲେ ସରକାର ମମିତା ପ୍ରସଙ୍ଗକୁ ନେଇ ଏତେ ଭୟଭିତ ଯେ ଆମ କଥା ଶୁଣୁନାହାନ୍ତି ବା ଆଲୋଚନାକୁ ଆସୁନାହାନ୍ତି । ପୂର୍ବରୁ ଗୃହ ବାହାରେ ବିରୋଧି ଦଳର ସବୁ ପ୍ରଶ୍ନର ଉତର ବିଧାନ ସଭାରେ ବିଜେଡ଼ି ସରକାର ଦଳ ଦେବେ ବାହାସ୍ପୋଟ ମାରୁଥିବା ବେଳେ ଗୃହ ଭିତରେ ପଛଘୁଂଚା କାହିଁକି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମିଶ୍ର । ସେ କହିଛନ୍ତି ଗହ ଚଳାଇବା ପାଇଁ ବିରୋଧି ଦଳର ନେତାମାନଙ୍କ ସହ ଆଲୋଚନା କରିବା ଗୃହର ନେତାଙ୍କ କର୍ତବ୍ୟ ହେଲେ ସେ ପରମ୍ପରା ଭଙ୍ଗ ହୋଇଛି ।

କିନ୍ତୁ ମମିତା ମେହେର ପ୍ରସଙ୍ଗରେ ସରକାର କାହିଁକି ଡରୁଛନ୍ତି ତାହାର ଉତର କଂଗ୍ରେସ ଚାହୁଁଛି । ମୁଖ୍ୟ ମନ୍ତ୍ରୀ ବିଧାନସଭା ନଆସି ଘରୁ ଭିଡ଼ିଓବାର୍ତା ଦେଇ ବିରୋଧ ଦଳ ଗୃହ ଚଳାଇ ଦେଉନାହାନ୍ତି ବୋଲି କହୁଛନ୍ତି । ଆମେ କିନ୍ତୁ ସ୍ପଷ୍ଟ କରୁଛୁ ଓଡ଼ିଶା ବର୍ତମାନ ଯେଉଁଥିଲାଗି ଜଳୁଛି ତାହା ଉପରେ ଆଲୋଚନା କରିବାକୁ ରାଜି ଅଛୁ । କିନ୍ତୁ ତାହା ନକରି ବିରୋଧି ଦଳ ରାଜନୀତି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଲେଖା ପଢ଼ାଗଲା ନା ରେକର୍ଡ ଷ୍ଟେଟମେଂଟ ଥିଲା ତାହା ଜଣାପଡ଼ୁ ନଥିଲେ ମଧ୍ୟ ୧୯୯୯ ମସିହାରେ ଯେଉଁ ଅଞ୍ଜନା ଘଟଣା ଘଟିଥିଲା ବର୍ତମାନ ମୁଖ୍ୟମନ୍ତ୍ରୀ ସେତେବଳେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ କଟକ ଯାଇଁ ଥାନାରେ ଯାଇଁ ନିଜର ଦଳୀୟ ସମର୍ଥକଙ୍କ ସହ ଏତଲା ଦେଇଥିଲେ । ସେତେବେଳେ ସେ ଭୁଲିଯାଇଥିଲେ ସେ ଭାରତ ସରକାରଙ୍କ ମନ୍ତ୍ରୀ? ସାଧାରଣତଃ କୌଣସି ମନ୍ତ୍ରୀ ଏତଲା ଦେବାପାଇଁ ଥାନାକୁ ଯାଆନ୍ତି ନାହିଁ ବୋଲି କଟାକ୍ଷ କରିଥିଲେ ଶ୍ରୀଯୁକ୍ତ ମିଶ୍ର । ଆଜି କାହିଁକି ଏ ବିରୋଧୀ ରାଜନୀତି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ ପଚାରିବା କେତେଦୁର ସମୀଚିନ ।

ମୁଖ୍ୟମନ୍ତ୍ରୀ ସ୍ମାର୍ଟକାର୍ଡ଼ ବାଂଟିବାକୁ ବିଭିନ୍ନ ଜିଲ୍ଲାକୁ ଯାଇପାରୁଛନ୍ତି ଏବଂ କଳିଙ୍ଗ ଷ୍ଟାଡିୟମ ଯାଇ ଜୁନିଅର ହକି ଟୁର୍ଣ୍ଣାମେଂଟରେ ପୁରସ୍କାର କରୁଛନ୍ତି ହେଲେ ବିଧାନ ସଭା ଆସୁନାହାନ୍ତି କାହିଁକି ? ଯଦି କରୋନାକୁ ଭୟ କରୁଥାନ୍ତି ତାହାହେଲେ ମୁଖ୍ୟମନ୍ତ୍ରୀଙ୍କ ଜୀବନ ଯେତିକି ମୂଲ୍ୟବାନ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସମପରିମାଣରେ ସମ୍ମାନ ଦେବା ଉଚିତ । ଏଥିରୁ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀ ଦଳୀୟ ରାଜନୀତି କରୁଛନ୍ତି । ବିଜେଡ଼ି ଦୁର୍ନୀତିଗ୍ରସ୍ତ ଓ ହତ୍ୟାକାରୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଅତୀତରେ ସେତେବେଳର ଲୋକପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କୁ ନୋଟିସ ପଠାଇବାର ବନ୍ଦୋବସ୍ତ କରୁଥିଲେ । ସେ ସମୟରେ ଲୋକପାଳଙ୍କ ସମ୍ମାନ ଜଣାଇ ନୋଟିସ ପାଇଥିଲେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥାନ୍ତେ ବୋଲି ଆଶଙ୍କା ଭିତରେ ଥିଲେ ।

କିନ୍ତୁ ବର୍ତମାନର ରାଜସ୍ୱ ମନ୍ତ୍ରୀ ଲୋକୟୁକ୍ତଙ୍କ ନୋଟିସ ପାଇସାରିଲା ପରେ ମଧ୍ୟ ମନ୍ତ୍ରୀ ପଦରେ ଅଧିଷ୍ଠିତ ଅଛନ୍ତି । ଏବେ ସୁଦ୍ଧା ଇସ୍ତଫା ଦେଇନାହଁନ୍ତି ରାଜସ୍ୱମନ୍ତ୍ରୀ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ଆଇଆଇସିଙ୍କୁ କୋକର୍ଟଙ୍କ ନିର୍ଦ୍ଦେଶ ପରେ ବି ପୋଲିସ ବେଖାତିର କରୁଛି ସେଥିନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ । ମମିତା ହତ୍ୟାକାଣ୍ଡ ଘଟଣାରେ ୩୦୨,୨୦୧, ୧୨୦ବି ରେ ପୋଲିସ କେସ କରିଛି ହେଲେ କନସ୍‌ପେରିସି ଉପରେ ଅନୁସନ୍ଧାନ କରୁନାହିଁ । ମହାଲିଙ୍ଗ କଲେଜରେ ଯେଉଁ କେଳୋଙ୍କାରି ଚାଲିଥିଲା କିଏ ସହଯୋଗ କରୁଥିଲା । ମନ୍ତ୍ରୀଙ୍କ ସଂପର୍କୀୟ ଓ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଭିତରେ ବାର୍ତାଳାପ ସ୍ପଷ୍ଟ ପ୍ରମାଣିତ କରୁଛି ରାଜ୍ୟ ଗୃହ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି ବୋଲି । ମହାଲିଙ୍ଗ ସନସାଇନ କଲେଜକୁ ଆସିଲେ ଯୁବକତ୍ୱ ଫେରି ଆସୁଛି ବୋଲି କହୁଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କହୁଛନ୍ତି ।

ସାଧାରଣତଃ ସ୍କୁଲ କେଲଜକୁ ମନ୍ତ୍ରୀମାନେ ଯାଇଥାନ୍ତି କିନ୍ତୁ କୌଣସି ମନ୍ତ୍ରୀ ଏଭଳି ମହିଳା ମାନଙ୍କ ଉପସ୍ଥିତିରେ ଏଭଳି ଟିପ୍ପଣୀ ଦେବା କୌଣସି ନଜିର ଅଛିକି ? ଅପହରଣ ଓ କେମିତି ଅପହରଣ ହେଲା ଏବଂ ତାର ପ୍ରଚ୍ଛଦ ପଟରେ କେଉଁମାନେ ସଂପୃକ୍ତ ସେ ସମ୍ବଦ୍ଧରେ ଅନୁସନ୍ଧାନ ନକରି କେବଳ ହତ୍ୟା ମାମଲା ରୁଜୁ କରି ଚୁପ ବସିଛି ପୋଲିସ । ଏହି ସାମ୍ବାଦିକ ସମ୍ମିଳନୀରେ ମମିତା ସାହୁଙ୍କ ବଡ଼ବାପା ଓ ଗୋବିନ୍ଦ ସାହୁଙ୍କ ଭିତରେ ବାର୍ତାଳାପ ସହ ଅନ୍ୟକିଛି ବ୍ୟକ୍ତିଙ୍କ ବାର୍ତାଳାପର ରେକଡିଂ ସାମ୍ବାଦିକ ମାନଙ୍କୁ ଶୁଣାଇଥିଲେ ଶ୍ରୀଯୁକ୍ତ ମିଶ୍ର । ମମିତା ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଶୋଇଥିଲେ, ଗୃହରାଷ୍ଟ୍ରନ୍ତ୍ରୀ ଲୁଚିଥିଲେ । ମମିତା ହତ୍ୟା କାଣ୍ଡର ସମସ୍ତ ପ୍ରମାଣ ନଷ୍ଟ କରିବାପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀ ସାମନାକୁ ଆସି ଏବେ ବାହାସସ୍ପୋଟ ମାରୁଛନ୍ତି । ନିରପେକ୍ଷ ତଦନ୍ତ ନହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଖଲାସ ହୋଇଯିବ ।

ସେଥିପାଇଁ କଂଗ୍ରେସ ଦଳ ପ୍ରଥମରୁ ଦାବି କରିଛି ମୁଖ୍ୟମନ୍ତ୍ରୀ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବହିସ୍କାର କରନ୍ତୁ ଓ ମମତାକୁ ନ୍ୟାୟ ଦେବାରେ ସହଯୋଗ କରିବାପାଇଁ ମାନ୍ୟବର ହାଇକୋର୍ଟର ତତ୍ୱାବଧାନରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏସଆଇଟି ତଦନ୍ତ କରାନ୍ତୁ । ଏସଆଇଟି ତଦନ୍ତ କିପରି ହୁଏ ଉତର ପ୍ରଦେଶର ଲଖୀମପୁର ଖେରୀ କେସରେ ଯେଉଁଭଳି ମାନ୍ୟବର ସୁପ୍ରିମକୋର୍ଟ ତଦନ୍ତ କରୁଛନ୍ତି ତାହାକୁ ମୁଖ୍ୟମନ୍ତ୍ରୀ ଅନୁସରଣ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ମହମ୍ମଦ ମୋକିମ, ଅଧିରାଜ ମୋହନ ପାଣିଗ୍ରାହୀ, ଡ. ସିଏସ ରାଜନ ଏକା ପ୍ରମୁଖ ଉପସ୍ଥିତି ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version