No Result
View All Result
୮୪ ଗୋଟି ହାଇସ୍କୁଲର ପ୍ରଧାନ ଶିକ୍ଷକ, ସରପଞ୍ଚ ସମସ୍ତ ବ୍ଲକର ବିଡିଓ, ସହକାରି ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସମ୍ପୃକ୍ତ ସ୍କୁଲର ବ୍ଲକ ଶିକ୍ଷାଧୀକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଙ୍କୁ ଫେବୃୟାରୀ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୮୪ ଗୋଟି ସ୍କୁଲ ୫-ଟି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ନୟାଗଡ଼ ଜିଲ୍ଲାର ୮ ଗୋଟି ବ୍ଲକରେ ଏହି କାର୍ଯ୍ୟ ଅନୁଷ୍ଠିତ ହେବ । ଆଜି ନୟାଗଡ଼ ଡିଆରଡିଏ ସୃଜନ ଗୃହରେ ଜିଲ୍ଲାପାଳ ପୋମା ଟୁଡୁଙ୍କ ସଭାପତିତ୍ୱରେ ଏକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ଫେବୃୟାରୀ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଗ୍ରାମପଞ୍ଚାୟତ ପାଣ୍ଠି, ସ୍କୁଲ ମାନଙ୍କୁ ପୂର୍ବତନ ଛାତ୍ରଛାତ୍ରୀ ମାନେ ଦେଇଥିବା ଅନୁଦାନ ରାଶି ଏବଂ ରାଜ୍ୟ ସରକାର ଯୋଗାଇ ଦେଇଥିବା ଅର୍ଥରେ ଯଥାଶୀଘ୍ର ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଆଜିର ବୈଠକରେ ୮୪ ଗୋଟି ହାଇସ୍କୁଲର ପ୍ରଧାନ ଶିକ୍ଷକ, ସରପଞ୍ଚ ସମସ୍ତ ବ୍ଲକର ବିଡିଓ, ସହକାରି ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସମ୍ପୃକ୍ତ ସ୍କୁଲର ବ୍ଲକ ଶିକ୍ଷାଧୀକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ଏବଂ ସେମାନଙ୍କର ମତାମତ ରଖିଥିଲେ ।
No Result
View All Result