No Result
View All Result
କଂଗ୍ରେସ ଦଳୀୟ ନେତା ହୋଇ ଦଳର ଗୋଛି କଟୁଥିଲେ ପ୍ରଫୁଲ୍ଲ ମାଝୀ । ଦଳ ବିରୋଧୀ ମାଝୀଙ୍କୁ ଦଳରୁ ବାହାର କରିଛନ୍ତି ଦଳ ସଭାପତି ।
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ଭୁବନେଶ୍ୱର :- ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସଦଳରୁ ବହିଷ୍କୃତ ହୋଇଛନ୍ତି । ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସର ଟାଣୁଆ ଆଦିବାସୀ ନେତା ଯେ କି ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀର ରୁ ୩ ଥର ବିଧାୟକ ଥିଲେ । ତେବେ ପ୍ରଫୁଲ୍ଲ ମାଝି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା ।
କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ ।
ପ୍ରଫୁଲ୍ଲ ମାଝୀ ତଳସରା ନିର୍ବାଚନମଣ୍ଡଳୀ ରୁ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୬ ଉପନିର୍ବାଚନରେ ପ୍ରଫୁଲ୍ଲ ମାଝୀ ତଳସରାରୁ ବିଜୟୀ ହୋଇଥିଲେ । ଏହାପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ରେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇଙ୍କ ଠାରୁ ହାରିଯାଇଥିଲେ ପ୍ରଫୁଲ୍ଲ ମାଝୀ । କଂଗ୍ରସର ଟାଣୁଆ ଆଦିବାସୀ ନେତା ନବରଙ୍ଗପୁର ର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡିବା ପରେ ପ୍ରଫୁଲ୍ଲ ମାଝୀଙ୍କୁ ଦଳରୁ ବହିଷ୍କୃତ କରିବା ଦଳ ପାଇଁ ବଡ କ୍ଷତି ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।

No Result
View All Result