No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ଭୁବନେଶ୍ୱର :- ପଞ୍ଚମଦିନରେ ବି ବିଧାନସଭା ଗୃହ ଅଚଳ ଓ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ପ୍ରତିବାଦ କରିବାରୁ ଚାଲି ପାରିଲା ନାହିଁ ଗୃହ,ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୦ଟା ୩୧ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ଓ ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରତିବାଦ ହଟଗୋଳ ସହ ନାରାବାଜି ଦେଇଥିବା ବେଳେ

ଓ ଶାସକ ବିଜେଡି ସଭ୍ୟମାନେ ଜୟୀରାଜଗୁରୁଙ୍କ ମୁଖା ପିନ୍ଧି କେନ୍ଦ୍ରୀୟ ଅବହେଳା ପ୍ରତିବାଦ କରିଥିଲେ ଓ ବିଧାନସଭା ଅଚଳାବସ୍ଥାକୁ ନେଇ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସର୍ବଦଳୀୟ ବୈଠକ କରିବାକୁ ଦାବୀ କରିଛନ୍ତି ଓ ଗୃହର ମଧ୍ୟ ଭାଗରେ ବିଜେପି ସଦସ୍ୟ ପ୍ଲାକାର୍ଡ ଧରି ନାରାବାଜୀ କରିଥିବା ବେଳେ ବିଚସ୍ପତିଙ୍କ ପୋଡିୟମକୁ ଘେରିଥିଲେ କଂଗ୍ରେସ ବିଧାୟକ ।

ବାଚସ୍ପତି ଗୃହକୁ ମୁଲତବୀ କରିବା ପରେ ପାଇକ ବିଦ୍ରୋହକୁ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳୁନଥିବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଶାସକ ଦଳର ସଦସ୍ୟ ମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

No Result
View All Result