କର୍ଲାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଲା ଆଇ ଏସ ଓର ମାନ୍ୟତା

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଡିସେମ୍ବର ରବିବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆଇ ଏସ ଓ ,ର ମାନ୍ୟତା ପାଇବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ଡାକ୍ତର ଖାନାଟି ସ୍ୱାସ୍ଥ୍ୟ ସେବା ଯୋଗେଇବାରେ ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପାଇଁ ଚଳିତ ମାସ ଦୁଇ ତାରିଖରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଆଇ ଏସ ଓ ର ମାନ୍ୟତା ପାଇ ଥିବା ଜଣା ପଡ଼ିଛି ।

ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଥିବା ଏହି ଡାକ୍ତର ଖାନାରେ ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟ ରଂଜନ ପାତ୍ର, ଡାକ୍ତର ଆଶିଷ କୁମାର ଧରୁଆ, ଡାକ୍ତର ଅଖିଳେସ ସାମଲ ,ଡାକ୍ତର ଆକାଶ ପରିଡା, ଡାକ୍ତର ପୁଷ୍ପକ ମହଲା ରହିଥିବା ବେଳେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟରେ ଡାକ୍ତର ଶିଖିଧ୍ୟଜ ପଟେଲ, ଡାକ୍ତର ପରିମିତା, ଡାକ୍ତର ବେଦ ବାଗ,ଡାକ୍ତର ଧର୍ମରାଜ୍ ସିଂ ନିଯୁକ୍ତ ହୋଇଛନ୍ତି ।

ଅନ୍ୟପଟେ ବ୍ଲକରେ ୧୦ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ଅଧୀନରେ ସ୍ବାସ୍ଥ୍ୟ ସେବା ଯୋଗେଇବାକୁ ୨୦ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ୪ ଜଣ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ତଥା ୨ଜଣ ସୁପରଭାଇଜର , ଜଣେ ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅଛନ୍ତି ।