No Result
View All Result
୧୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରଚାର ଜୋରଦାର ହୋଇଛି । ସୋସିଆଲ ମିଡିଆ, ପୋଷ୍ଟର, ହୋଡିଂ ସହ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାରକୁ ଜୋର ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତୀକୁ ମୁଦ୍ଦା କରି ଦଳ ଏହି ଆସନରୁ ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ଗମ୍ଭାରିଡିହି ପଞ୍ଚାୟତ ଦେଉଳୀ ଗାଁରୁ ନିଜର ନିର୍ବାଚନ ପ୍ରଚାର ଇକିରି ପଞ୍ଚାୟତ ନୂଆଗାଁରେ ଶେଷ କରିଛନ୍ତି । ଦେଉଳୀରୁ ନୂଆଗାଁ ପର୍ଯ୍ୟନ୍ତ ନବୀନଙ୍କ ଯୋଡ଼ି ଶଙ୍ଖରେ ମତଦାନ ବାର୍ତ୍ତାକୁ ପହଞ୍ଚା ଯାଇଛି ।

ବିଧାୟକ ଡ. ସାହୁ ଦେଉଳୀ, ଫାଶିପଡ଼ା, ନନ୍ଦପୁର, ସାମନ୍ତରାପୁର, ଖଇରପଟି, ଆନନ୍ଦାପଲ୍ଲୀ, କେସ୍ତପଡ଼ା, କୋଡ଼ିଏକାହାଣିଆ, ଟାଙ୍ଗିପାଟଣା, ତେନ୍ତୁଳିଆପଲ୍ଲୀ, ନଚ୍ଛିପୁର, ଆଡ଼ବନ୍ଧ, ନୂଆଗାଁ ଗାଁରେ ନିର୍ବାଚନ ପ୍ରଚାରରେ ଯୋଗ ଦେଇଛନ୍ତି । ଶହ ଶହ ସଂଖ୍ୟାରେ କର୍ମୀ ଶୋଭାଯାତ୍ରା କରି ଡ. ସାହୁଙ୍କୁ ପାଛୋଟି ନେଇଥିବା ବେଳେ ଅନେକ ସ୍ଥାନରେ ମହିଳାମାନେ ଯୋଡ଼ି ଶଙ୍ଖରେ ଆର୍ଶୀବାଦ କରିବା ପାଇଁ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମୀ ରୂପାନ୍ତରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଭଳି ଜନହିତରକ ଯୋଜନା ଦ୍ୱାରା ଜନସାଧାରଣ ଉପକୃତ ହୋଇପାରୁଥିବା କହିଛନ୍ତି ।

ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ଶହେ ୟୁନିଟ ମାଗଣା ବିଜୁଳି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କହିଛନ୍ତି । ଏହା ସହିତ ଯୁବବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯିବାକୁ ଯୋଜନା ରହିଥିବା କହିଛନ୍ତି । ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତ ହେବ, ତାହା ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା ପ୍ରସ୍ତୁତ କରିଥିବା ବିଧାୟକ ଡ. ସାହୁ କହିଛନ୍ତି । ଏହି ନିର୍ବାଚନ ପ୍ରଚାରରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ନୟାଗଡ଼ ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣିସିଂ ପ୍ରମୂଖ ଉପସ୍ଥିତ ରହିଥିଲେ ।


No Result
View All Result