ଗଜପତି ଜିଲ୍ଲାର ମୋହନା ବ୍ଲକରେ : ପୁଲିସ ଓ ଅବକାରୀ ବିଭାଗ ମିଳିତଭାବେ ବାହାଡାପଦା ମୌଜାର ବିଜିପୁର ନିକଟ – ୧୦୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି

ଛେଳିଗଡ଼ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ବ୍ରହ୍ମପୁର ନେଉଥିବା ବେଳେ ମୋହନା ଥାନା ପୁଲିସ ହାତରେ ଧରା ପଡିଥିଲେ । ଗାଡିରୁ ୧୨ ଲକ୍ଷାଟଙ୍କର ୧୧୫ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ ହୋଇଛନ୍ତି l

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଡିସେମ୍ବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା.ଅଡବା,ରା.ଉଦୟଗିରି, ନୂଆଗଡ ଆଦି ଦୁର୍ଗମ ଅଞ୍ଚଳର ପାହାଡିଆ ଜଙ୍ଗଲ ପରିବେଷ୍ଟିତ ସ୍ଥାନ ଗୁଡ଼ିକରେ ଚାଲିଛି ନୀଳ ଜୋହର ଦମନ ଅଭିଯାନ। ଅବକାରୀ, ପୁଲିସ, ବନ ଓ ରାଜସ୍ବ ବିଭାଗର ମିଳିତ ଉଦ୍ୟମରେ ଚାଲିଚ୍ଛି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କଟା । ମୋହନା ଥାନା ପକ୍ଷରୁ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ୱାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଅବକାରୀ ବିଭାଗ ଅଧିକାରୀ ପ୍ରଭାତ ସେଠୀ, ବାଳକୃଷ୍ଣ ପରିଡା, ପ୍ରକାଶ ସାହୁ, ବିଘ୍ନରାଜ ଦାମୀଙ୍କ ସମେତ ରାଜସ୍ବ ,ପୁଲିସ ଓ ଅବକାରୀ ବିଭାଗ ମିଳିତଭାବେ ବାହାଡାପଦା ମୌଜାର ବିଜିପୁର ନିକଟ ୧୦୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି।

ଯାହାର ଆନୁମାନିକ ମୁଲ୍ୟ ୨୦ କୋଟିରୁ ଉର୍ଦ୍ଧ୍ବ ହେବ । ଅପରପକ୍ଷେ ଉକ୍ତ ଦିନ ଗଞ୍ଜେଇ କାଟି ସନ୍ଧ୍ୟାରେ ଫେରିବା ପରେ ରାତିରେ ପେଟ୍ରୋଲିଙ୍ଗ କରିବା ବେଳେ ସ୍ଥାନୀୟ ଥାନା ଅନ୍ତର୍ଗତ କୁସୁମପୁର ନିକଟରେ ଏକ ସ୍କୋଡା ଗାଡି ନଂ- ଓଆର୦୨ବିବ୍ଲ ୮୪୭୫କୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ଡିକିରୁ ୨ଟି ଜରି ଅଖାରେ ଗଞ୍ଜେଇ ଥିବା ପାଇଥିଲେ । ତାହାକୁ ଓଜନ କରିବାରୁ ୧୧୫ କିଲୋ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିବା ୨ ଜଣ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାଜମୋହନ ଗମାଙ୍ଗ (୨୩) ଓ ଉଷୟ ମଣ୍ଡଳ(୨୮) ଏମାନେ ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ବ୍ରହ୍ମପୁର ନେଉଥିବା ବେଳେ ମୋହନା ଥାନା ପୁଲିସ ହାତରେ ଧରା ପଡିଥିଲେ । ଏମାନେ ବ୍ୟବହ କରିଥିବା ଗାଡିକୁ ମଧ୍ୟ ଜବତ ହୋଇଛି । ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷଟଙ୍କା ହେବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତିଏନେଇମୋହନାଥାନାକେଶନଂ୨୩୮/୨୧ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟ ଚାଲାଣ କରାଯାଇଛି।