ଓଡ଼ିଶା ତାଜା ନ୍ୟୁଜ୍ (୦୪ ଡିସେମ୍ବର ଶନିବାର) ଓଡ଼ଗାଁ :- ଓଡଗାଁର ବିଜେ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ଆଜି ଦେବ ଦୀପାବଳୀ ନୀତି ପାଳିତ ହୋଇଯାଇଛି । ପ୍ରାତଃ ୫ଟା ୩୦ମିନିଟରେ ମନ୍ଦିର ଦ୍ୱାର ଫିଟା ନୀତି ପରେ ରଘୁନାଥଙ୍କ ନୀତିକାନ୍ତି ହୋଇଥିଲା । ଦିନ ୧୦ଟାରେ ସକାଳ ଖେଚୁଡି ଧୂପ ପରେ ୧୧ଟା ବେଳେ ଶ୍ରୀଜୀଉ ଶ୍ୱେତବସ୍ତ୍ର ପରିଧାନ କରି ବାପା ଦଶରଥ ,ମାତା କୌଶଲ୍ୟା, କୈକେୟୀ, ସୁମିତ୍ରାଙ୍କୁ ପିଣ୍ଡ ଶ୍ରାଦ୍ଧଦାନ କରିଥିଲେ ।
୧୨ଟାରେ ଅନ୍ନ ଭୋଗ ହୋଇ ରଘୁନାଥ ପହୁଡ଼ ହୋଇଥିଲେ । ସନ୍ଧ୍ୟା ୫ଟା୩୦ରେ ମନ୍ଦିର ଦ୍ୱାର ଫିଟା ହୋଇ ସନ୍ଧ୍ୟା ଆଳତି ହୋଇଥିଲା । ଶ୍ରାଦ୍ଧନୀତି ସମ୍ପନ୍ନ ହେବା ପରେ ମନ୍ଦିର ବେଢାରେ ଚତୁଃପାର୍ଶ୍ବରେ ସୁସଜ୍ଜିତଭାବେ ପ୍ରଦୀପ ପ୍ରଜ୍ଜଳନ କରାଯାଇ ମନ୍ଦିର ଚୁଡାକୁ ମହାଦୀପ ଉଠିଥିଲା । ରାତି ୮ଟାରେ ଅନୁଧୂପ,୮ଟା୩୦ରେ ଚତୁଃଶମ,୯ରେ ବଡଶିଙ୍ଗାର ଭୋଗ ହୋଇ ରଘୁନାଥଙ୍କ ପହୁଡ ହୋଇ ମନ୍ଦିର ବନ୍ଦ ହୋଇଥିଲା ।
ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିରପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର,ପରିଚ୍ଛା ହରିବନ୍ଧୁ ଷଢଙ୍ଗୀଏବଂ ପୂଜକ ପରିଷଦର ସଭାପତି ପ୍ରଫୁଲ କୁମାର ମହାପାତ୍ର ସମସ୍ତ ନୀତିକାନ୍ତିରେ ସହଯୋଗ କରିଥିଲେ । ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଦେବ ଦୀପାବଳୀ ନୀତି ଆରମ୍ଭ ହେଇଥିବା ବେଳେ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଧରି ଅନୁଷ୍ଠିତ ହୋଇଥାଏ ।