ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ଚାନ୍ଦପୁର ଜୋନ :- ପଞ୍ଚାୟତ ରାଜ ନିର୍ବାଚନ ଆସିଲେ ଜିଲ୍ଲାପରିଷଦ ପ୍ରାର୍ଥୀ ସମିତିସଭ୍ୟ ପ୍ରାର୍ଥୀ ଏବଂ ପଞ୍ଚାୟତ ପ୍ରାର୍ଥୀ ,ସରପଞ୍ଚ ପ୍ରାର୍ଥୀ ଙ୍କ ପାଇଁ ଲୋକଙ୍କ ଭିତରେ ଆଲୋଚନା ଲଗାତାର ଜାରି ରହେ । ଚଳିତ ବର୍ଷ ସରକାର ସମସ୍ତ ପ୍ରତିବନ୍ଧ ଙ୍କୁ ଫଟାଇ ନିର୍ବାଚନ କମିଶନର ଙ୍କ ସାଙ୍ଗରେ ଠିଆହୋଇ ପଞ୍ଚାୟତ ନିର୍ବାଚନ କରିବା ପାଇଁ କମିଶନର ନିର୍ଦେଶ ଦେବା ପରେ ରଣପୁର ବ୍ଲକ ର ଚାରୋଟି ନିର୍ବାଚନ ଜୋନ ରୁ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଦୌଡ଼ ଆରମ୍ଭ ହୋଇଛି । ସେଥିମଧ୍ୟରୁ ଚାନ୍ଦପୁର ଜୋନ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଜୋନ ।
ଏବଂ ରାଜୁଡ଼ା ସମୟରୁ ଏହାକୁ ରଣପୁର ଅଞ୍ଚଳର ବାଣିଜ୍ୟିକ କେନ୍ଦ୍ର ବୋଲି କୁହାଯାଏ ତେଣୁ ଚଳିତ ନିର୍ବାଚନ ରେ ଜିଲ୍ଲାପରିଷଦ ପ୍ରାର୍ଥୀ ପାଇଁ ବିଗତ ଜିଲ୍ଲାପରିଷଦ ନିର୍ବାଚନ ରେ ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇ ଜିତିଥିବା ବିଜୟ କେତନ ସାହୁ ଅତି କମ ଭୋଟ୍ ରେ ଜିତିଥିଲେ । ବର୍ତ୍ତମାନ ସେ ମଧ୍ୟ ଆଶାୟୀ ହୋଇ ପଡିଛନ୍ତି । କିନ୍ତୁ ଚଳିତ ବର୍ଷ ଜେନେରାଲ ମହିଳା ଆସନ ହୋଇଥିବାରୁ ସେ ତାଙ୍କ ସ୍ତ୍ରୀ ଙ୍କୁ ଜିଲ୍ଲା ପରିଷଦ ଆସନ ରେ ବସାଇବା ପାଇଁ ବ୍ଲକ ସଭାପତି ଙ୍କ ଜରିଆରେ ବିଧାୟକ ଙ୍କୁ ଦରଖାସ୍ତ କରିଥିବା ବେଳେ
ସେହି ଜୋନ ର ଝାଡ଼ପଡା ରୁ ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ ଏବଂ ପୂର୍ବତନ ସରପଞ୍ଚ ଅଶୋକ ସାହୁ ଙ୍କ ସହଧର୍ମିଣୀ ମଧ୍ୟ ଏହି ଦୌଡ଼ରେ ନିଜକୁ ସାମିଲ କରିଛନ୍ତି କିନ୍ତୁ ବିଜୁ ଯୁବ ମହିଳା ଦଳର ନେତ୍ରୀ ତଥା କେରଣ୍ଡାଟାଙ୍ଗୀ ର ପୂର୍ବତନ ସରପଞ୍ଚ ପ୍ରତିଭା ମହାନ୍ତି ,ପୂର୍ବତନ ସମିତିସଭ୍ୟା ଓ ଭାଇସ ଚେୟାରମ୍ୟାନ ମିନତୀ ସାହୁ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି ଏବଂ ବିଧାୟକ ଙ୍କ ନିକଟରେ ଦରଖାସ୍ତ କରିଥିବା ଜଣାପଡିଛି ।