ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ : ଜୀବନକୁ ଅର୍ଥପୂର୍ଣ୍ଣ କରୁଥିବା ଶିକ୍ଷା ହିଁ ଶ୍ରେଷ୍ଠ – ରାଜ୍ୟପାଳ

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ଶିକ୍ଷା ସମସ୍ତ କୃତି୍ରମ ବନ୍ଧନରୁ ମୁକ୍ତ କରେ ଏବଂ ଉତ୍ତରଣ ଓ ଊଦ୍ଧ୍ୱର୍ଉଡ଼ାଣର ମାର୍ଗ ପ୍ରଶସ୍ତ କରେ । କେବଳ ଜୀବିକା ନୁହେଁ ଜୀବନକୁ ଅର୍ଥପୂର୍ଣ୍ଣ କରୁଥିବା ଶିକ୍ଷା ହିଁ ଶ୍ରେଷ୍ଠ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସପ୍ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଲାଲ କହିଲେ ଯେ ମଣିଷ ମଧ୍ୟରେ ଅପାର ଶକ୍ତି, ସାମର୍ଥ୍ୟ ଓ ସମ୍ଭାବନା ରହିଛି । ଏହାର ଆବିଷ୍କାର ଓ ଉପଯୋଗ ଶିକ୍ଷା କରାଏ ।

ଦିଶା ଦର୍ଶାଏ । କେବଳ ପାଠ୍ୟପୁସ୍ତକ ନୁହେଁ, ପ୍ରକୃତିକୁ ଶିକ୍ଷଣ ସାମଗ୍ରୀ ଭାବରେ ଗ୍ରହଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ନାରୀ ହେଉଛି ଆଦିଶକ୍ତି । ଏବଂ ବ୍ରହ୍ମାଣ୍ଡ ସେଥିରୁ ଉତ୍ପନ୍ନ । ଯୁଗର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ନାରୀମାନେ ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିଛନ୍ତି । ଏକ ସୁନ୍ଦର ସଂସାର ନିମନ୍ତେ ନାରୀମାନେ ନିଜର ଶକ୍ତିର ଯଥାଯଥ ଉପଯୋଗ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି ।

ପ୍ରତିଷ୍ଠା ଦିବସ ସମାରୋହରେ ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ କୁମାର ପ୍ରଶାନ୍ତ ମୁଖ୍ୟବକ୍ତା ରୂପେ ଯୋଗଦେଇ ମା’ରମାଦେବୀଙ୍କ ପଥ, ତତ୍ତ୍ୱ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜ ଜୀବନକୁ ଏକ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବାକୁ କହିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ, କୁଳସଚିବ ଶ୍ୟାମଳି ମହାପାତ୍ର, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ସସ୍ମିତା ମହାନ୍ତି ପ୍ରମୁଖ ବିଶ୍ୱବିଦ୍ୟାଳୟ ଇତିହାସ, ଐତିହ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।