1. ଆଉ କେତେଦିନ ବିଧାନସଭାକୁ ପବିତ୍ର କରିବେ ବିରୋଧୀ ନେତା
2. ବିଧାନସଭା ରେ ହାଇପ୍ରୋଫାଇଲ ଡ୍ରାମା : ବାଜିମାତ୍ କିଏ ନେବ …
ବିଜେପି ନା କଂଗ୍ରେସ …?
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ଆଜି ମଧ୍ୟ ମୁଲତବୀ ରହିଲା ବିଧାନସଭା ଗୃହ । ବିଧାନସଭା ଗୃହ ଭିତରେ କଂଗ୍ରେସ ବିଧାୟକ ମାନେ ଫ୍ଲାକ କାର୍ଡ ସହିତ ନାରାବାଜି ଦେଇଥିଲେ ଓ ବ୍ରାହ୍ମଣ ବେଶ ରେ ତାରାପ୍ରସାଦ ବାହିନୀପତୀ ଗଙ୍ଗା ଜଳ ଓ ଗୋବର ପାଣି ଛିଞ୍ଚି ବିଧାନସଭା ଗୃହ ପବିତ୍ର କରୁଥିବାର ଦେଖାଦେଇଛି । ତେବେ ବିଧାନସଭାରେ ଏହି ତାଣ୍ଡବ ଲୀଳା ବାତ୍ୟା ଠାରୁ ଭୟଙ୍କର ଥିବାରୁ ଗୃହ କୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି । ତେବେ ଏହି ଭଳି ହାଇପ୍ରୋଫାଇଲେ ଡ୍ରାମା ରେ ବିଧାନସଭା ଗୃହ ବାରମ୍ବାର ମୁଲତବୀ ଘୋଷଣା କରାଯିବା ରାଜନୀତି ମହଲରେ ନିନ୍ଦା ର କାରଣ ହୋଇଛି ।
କଂଗ୍ରେସ ଓ ବିଜେପି ର ବାଜିମାତ୍ …… ପବିତ୍ର ବିଧାନସଭା ରେ କୋଟି କୋଟି ଲୋକ ବିଧାନସଭା ଗୃହରେ ଗରିବ ଲୋକଙ୍କର ସମସ୍ୟା ଓ ଗାଁ ଗହଳି ର ସମସ୍ୟା କୁ ନେଇ ବିଧାନ ସଭାରେ ଆଲୋଚନା ହୋଇଥାଏ । ଆମେ ମାନେ ନିର୍ବାଚିତ କରିଥିବା ବିଧାୟକ ମାନଙ୍କର ବିଧାନସଭାରେ ଆମ ଅଞ୍ଚଳ ର ସମସ୍ୟା କୁ ଉତ୍ଥାପନା କରିବା ପାଇଁ ତାଙ୍କୁ ନିର୍ବାଚିତ କରିଥାଉ ।
ଏହା ନୁହେଁ ଯେ ବିଧାନସଭା ର ପବିତ୍ର ଗୃହରେ ଅପବିତ୍ର ନା କହି ଗୃହରେ ଗୋବର ପାଣି ଛିଞ୍ଚିବା ଓ ଗୃହ ବାହାରେ ଗୋବର ପାଣି ଛିଞ୍ଚି ଝାଡୁ ମାରିବା ସେଥିପାଇଁ ଆମେ ନିର୍ବାଚିତ କରିନଥାଉ ପ୍ରତିନିଧି ମାନଙ୍କୁ ଗାଁ ଗହଳି ରେ ଓ ସହରାଞ୍ଚଳ ଏହିଭଳି ନାରାବାଜି କୁ ନିନ୍ଦା କରୁଥିବାର ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।