No Result
View All Result
ରଣପୁରରେ ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କ ଏଣ୍ଟ୍ରି ଅପରାଧି ଙ୍କ ମନରେ ଭୟ ସୃଷ୍ଟି କରିଛି । ରଶ୍ମି ରଞ୍ଜନ ଦାଶ ତିନି ଦିନ ମଧ୍ୟରେ ୨୧ ଜଣଙ୍କୁ ଗିରଫ କରିଥିବା ଜଣା ଯାଇଛି ।
ରଣପୁରରେ ରଶ୍ମି ରଞ୍ଜନ ଦାଶ ଙ୍କ ଏଣ୍ଟ୍ରି ଅପରାଧି ଙ୍କ ମନରେ ଭୟ ସୃଷ୍ଟି କରିଛି ।
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ରଣପୁର :- ରଣପୁର ରେ ପୋଲିସ ର ଦବ୍ ଦବା ,ଅପରାଧୀ ଙ୍କ ମନରେ ପଶିଛି ଛନକା । ତେବେ ରଣପୁରରେ ତିନି ଦିନ ହେବ ଅସ୍ଥାୟୀ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶ ତିନି ଦିନ ମଧ୍ୟରେ ୨୧ ଜଣଙ୍କୁ ଗିରଫ କରିଥିବା ଜଣା ଯାଇଛି ।

ବହୁତ ଦିନ ଧରି କୋଟଗଡ ମୁଣ୍ଡିଆ ରେ ଚାଲିଥିବା ବେଆଇନ ମୁଗୁନି ପଥର ଚାଲାଣ କୁ ରୋକିଥିବା ବେଳେ ସେହି କେସ୍ ରେ ୧୬ ଜଣ ଙ୍କୁ ଗିରଫ କରିଥିଲେ ପୋଲିସ ଓ ରଣପୁର ରେ ଅନ୍ୟ ୫ଟି କେସ୍ ରେ ୫ ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛି । ପୂର୍ବରୁ ଚଢ଼ାଉ କରି ତିନୋଟି ଖଣି ରୁ ଜବତ ହୋଇଥିବା ବିସ୍ଫୋରକ କୁ ଆଜି ବମ୍ ସ୍କ୍ୱାର୍ଡ଼ ଆସି ସେଗୁଡିକ ପରୀକ୍ଷା କରିଯାଇ ବିସ୍ଫୋରକ ଗୁଡିକୁ ନଷ୍ଟ କରିଥିବା ଜଣାଯାଇଛି ।

ତେବେ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କ ଠାରୁ ପ୍ରକାଶ ଯେ , ଆଗକୁ ବେଆଇନ ଖଣି ଓ ପଥର ଚାଲାଣ କୁ ରୋକିବା ପାଇଁ ଅଧିକରୁ ଅଧିଜ ତଦନ୍ତ ଚଳାଇବା ସହ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହେବା ଆଶା ବ୍ୟକ୍ତ କରିଛନ୍ତି । ଏତଦବ୍ୟତୀତ ରଣପୁରରେ ରଶ୍ମି ରଞ୍ଜନ ଦାଶ ଙ୍କ ଏଣ୍ଟ୍ରି ଅପରାଧି ଙ୍କ ମନରେ ଭୟ ସୃଷ୍ଟି କରିଛି ।

No Result
View All Result