No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ନୂଆଗାଁ :- ବାତ୍ୟା ଜୱାଦ କୁ ନେଇ ଭୟଭୀତ ହୋଇପଡିଛନ୍ତି ଜନସାଧାରଣ । ବିଶେଷ କରି ବହୁ ଦୁଃଖ କଷ୍ଟରେ ଧାନ ଚାଷ କରିଥିବା ଚାଷୀ ମାନଙ୍କ ଚିନ୍ତା ବଢ଼ି ଯାଇଛି । କଣ ହେବ ବାତ୍ୟା ର ସ୍ଥିତି..? ଧୋଇ ଯିବ କି ସବୁ ଧାନ ଫସଲ ..? ପବନ ର ବେଗ ଓ ବର୍ଷା ର ପରିମାଣ କୁ ନେଇ ଚାଷୀ ଓ ଜନସାଧାରଣ ଚିନ୍ତିତ ଥିବା ବେଳେ ଜନସାଧାରଣଙ୍କୁ ସଚେତନ କରିଛନ୍ତି ଦଶପଲ୍ଲା ବିଧାୟକ ।
ଶନିବାର ୪ ତାରିଖ ରେ ବାତ୍ୟା ଜୱାଦ୍ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ଥିବା ବେଳେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଏବଂ ଚାଷୀ ଭାଇ ମାନେ ଭୟଭୀତ ନ ହେବା ପାଇଁ ଦଶପଲ୍ଲା ବିଧାୟକ ପରାମର୍ଶ ଦେଇଛନ୍ତି । ତତ୍ ସହିତ ରାଜ୍ୟ ସରକାରଙ୍କ ଦ୍ଵାରା ବାତ୍ୟା ମୁକାବିଲା ପାଇଁ ଦିଆଯାଇଥିବା ବିଭିନ୍ନ ନିର୍ଦ୍ଦେଶ ନାମା ପାଳନ କରି ସାହସ ର ସହ ବାତ୍ୟା ମୁକାବିଲା ପାଇଁ ଜନସାଧାରଣଙ୍କୁ କହିଛନ୍ତି ।

No Result
View All Result