ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ ପ୍ରତିଶୃତି ପରେ ହଟିଲେ ଗ୍ରାମବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କଳାହାଣ୍ଡି : – ଖୁଣ୍ଟ ପୋତା ହେବାର ୫ ବର୍ଷ ପରେ ବି ଗାଁକୁ ବିଦ୍ୟୁତ ସେବା ଯୋଗାଣ ନହେବାରୁ ଅତିଷ୍ଠ ହୋଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପିପଲଗୁଡା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ରାସ୍ତା ଅବରୋଧ କରିଥିଲେ । ସକାଳ ୬ ଟା ରୁ ଦିନ ୧୨ ଟା ଯାଏ ମୋଟେର – ଜୟପାଟଣା ମୁଖ୍ୟ ରାସ୍ତାର ପିପଳଗୁଡା ଠାରେ ୬ ଘଣ୍ଟା କାଳ ରାସ୍ତା ଅବରୋଧ କରି ରହିଥିଲେ । ପରେ ବିଭାଗୀୟ କର୍ମଚାରୀ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଛି ।

ଜୟପାଟଣା ବ୍ଲକ ପିପଲ ଗୁଡା ଗ୍ରାମରେ ପ୍ର।ୟ ୨୫୦ ଜଣ ଉପଭୋକ୍ତା ସୌଭାଗ୍ୟ ଯୋଜନା ତାଲିକାରେ ରହିଛନ୍ତି । ସେମାନଙ୍କୁ ଆଲୁଅ ଯୋଗାଣ ପାଇଁ ଗାଁରେ ଖୁଣ୍ଟ ପୋତା ସରିଛି ହେଲେ ଏ ଯାଏ ସେମାନେ ଆଲୁଅ ଦେଖିନାହାନ୍ତି । ବାରମ୍ବାର ବିଜୁଳି ବିଭାଗ ପାଖରେ ଅଭିଯୋଗ କଲେ ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ଶେଷରେ ଆଜି ସକାଳୁ ରାସ୍ତା ଅବରୋଧ କରିବା ସହ ବିଦ୍ୟୁତ ସଂଯୋଗ ଦାବିରେ  ରାସ୍ତା ଅବରୋଧ କରିଥଲେ । ଫଳରେ ଜୟପାଟଣା ମୋଟେର ରାସ୍ତା ଯାତାୟାତ ଠପ ହୋଇଥିଲା । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କମ୍ ଦିନ ଭିତରେ ବିଦ୍ୟୁତ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଛି ।