No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କୋରାଇ :- ଶିକ୍ଷକତା ଥିଲା ପେଶା; ମାନବ ସେବା କରିବା ତାଙ୍କର ନିଶା । ଶିକ୍ଷାଦାନ କରି ଅନେକ ପିଲାଙ୍କୁ ମଣିଷ କରିବାରେ ଭୂମିକା ନିର୍ବାହ କରିଥିବା ଅଶ୍ୱିନୀ ସାର୍ ସମସ୍ତଙ୍କ ପ୍ରିୟ ପାଲୋଟି ଯାଇଛନ୍ତି । ସେ ଏବେ ଚାକିରିରୁ ଅବସର ନେଇଥିଲେହେଁ ଶିକ୍ଷାଦାନରୁ ନିବୃତ ରହିନାହଁନ୍ତି କି ଦୁଃସ୍ଥ, ଗରିବ, ଅସହାୟ ମାନାଙ୍କ ସହାୟତା କରିବାର ନିଶା ଛାଡି ନାହାଁନ୍ତି । ସେହି ମହାନୁଭବ ଶିକ୍ଷାସେବକ ଅଶ୍ୱିନୀକୁମାର ଦାସଙ୍କ ଘର କୋରାଇ ବ୍ଲକ ଅନ୍ତର୍ଗତ ତୁଳତୀ ଗ୍ରାମରେ ।

ସେ ପ୍ରତି ବର୍ଷ ଶୀତଋତୁରେ କୋରାଇ ଅଂଚଳର ଆଦିବାସୀ ବସ୍ତୀରେ ଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଭେଟି ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ନିମନ୍ତେ କମ୍ବଳ ବଂଟନ କରିଥାନ୍ତି । ଆଜି ପବିତ୍ର ଗୁରୁବାର ଅବସରରେ ଶ୍ରୀ ଦାସଙ୍କ ସହ ତାଙ୍କ ସହଧର୍ମିଣୀ ମିନାକ୍ଷୀ ମଞ୍ଜରୀ ଦାସ ମିଶି କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତସ୍ଥିତ ଆଦିବାସୀ ଅଧିଷ୍ୟୁତ ଗାଁ ଅସନଗଡିଆର ୪୫ଜଣ ଗରିବ, ଦୁସ୍ଥ, ଅସହାୟ ବୃଦ୍ଧା ବୃଦ୍ଧଙ୍କୁ ଭେଟି ଶୀତଦାଉରୁ ରକ୍ଷାନିମନ୍ତେ କମ୍ବଳ ବଂଟନ କରିଛନ୍ତି ।
ଶିକ୍ଷକ ଶ୍ରୀ ଦାସଙ୍କ ଏହି ସାଧୁ ଉଦ୍ୟମ ପାଇଁ ଅଂଚଳବାସୀ ପ୍ରସଂଶା ପୂର୍ବକ କୃତଜ୍ଞତା ଜଣାଇଥିଲା ବେଳେ ବୁଢାବୁଢୀମାନେ ଆଶୀର୍ବାଦ ପୂର୍ବକ ଧନ୍ୟବାଦ ଜଣାଇଥିଲେ । ଅନୁଷ୍ଠିତ ଏହି ବଂଟନ କାର୍ଯ୍ୟରେ ଶ୍ରୀ ଦାସଙ୍କ ପତ୍ନୀଙ୍କ ସମେତ ଗାଁର ଯୁବକ ଅଶୋକୁମାର ଖଟୁଆ, ବିଦ୍ୟାଧର ଖଟୁଆ ଓ ଆଶୁତୋଷ ଦାସଙ୍କ ସମେତ ସଂପୃକ୍ତ ଗ୍ରାମର ଅନ୍ୟଯୁବକମାନେ ମଧ୍ୟ ସହଯୋଗ କରିଥିଲେ ।

No Result
View All Result