ବାତ୍ୟା ‘ଜୱାଦ୍’ : ୨୪ ଘଣ୍ଟା ରେ ବାତ୍ୟାର ରୂପ ନେବ !

୪ ତାରିଖ, ଶନିବାର ଦିନ ସ୍ଥଳଭାଗ ଛୁଇଁବ : ପବନର ବେଗ ୭୦ରୁ ୮୦ କିମି ରହିବାର ଆଶଙ୍କା ରହିଛି । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଜଗତସିଂହପୁର, ପୁରୀ, ଗଞ୍ଜାମ । ଏହି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ବାତ୍ୟା ୪ ତାରିଖ, ଶନିବାର ଦିନ ସ୍ଥଳଭାଗ ଛୁଇଁବ । ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଜୱାଦ୍ । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । ଏନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଏହାର ପ୍ରଭାବ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଦେଖାଯିବ । ଦକ୍ଷିଣ ଆଣ୍ଡମାନସାଗରରେ ସୃଷ୍ଟ ଲଘୁଚାପ ଆଉ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।

ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ସୂଚନା ମିଳିଛି । ଆଉ ମାତ୍ର ୨୪ ଘଣ୍ଟା ରେ ବାତ୍ୟାର ରୂପ ନେବ । ୩ ତାରିଖ ପରଠାରୁ ପବନର ବେଗ ବଢ଼ିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଏହା ୱେଲ୍ ମାର୍କଡ୍ ଲୋ ପ୍ରେସର୍ ରେ ପରିଣତ ହୋଇଛି ଲଘୁଚାପ ।

୩ ତାରିଖରେ ପବନର ବେଗ ବଢ଼ିବା ସହିତ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପବନର ପରିମାଣ ବୃଦ୍ଧି ପାଇବ । ପବନର ବେଗ ୭୦ରୁ ୮୦ କିମି ରହିବାର ଆଶଙ୍କା ରହିଛି । ଏଥିରେ କ୍ଷୟକ୍ଷତିର ସମ୍ଭାବନା ଥିବାରୁ ଚାଷୀ ଓ ମତ୍ସଜୀବୀଙ୍କୁ ସତର୍କ କରିଦିଆଯାଇଛି । ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁଟି ସ୍ଥଳଭାଗ ଛୁଇଁବ ତାହା ଜଣାପଡ଼ିନାହିଁ । କିଛି ଉପକୂଳବର୍ତ୍ତୀ ଜିଲ୍ଲାକୁ ସତର୍କ କରାଯାଇଛି । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଜଗତସିଂହପୁର, ପୁରୀ, ଗଞ୍ଜାମ । ଏହି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।