No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ରେଡ଼ ରିବନ କ୍ଲବ ଆନୁକୂଲ୍ୟରେ “ବିଶ୍ୱ ଏଡ୍ସ ଦିବସ ୨୦୨୧” କୋଭିଡ କଟକଣା ନିୟମ ପାଳନ ପୂର୍ବକ ଏକ ସଚେତନତା କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି।ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଉକ୍ତ ସଭାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଧ୍ୟାପକ ଡ଼ଃ ସନ୍ତୋଷ କୁମାର ବିଶ୍ୱାଳ ପୌରହିତ୍ୟ କରିଥିଲେ ।
ସମ, ହସ୍ପିଟାଲ ଭୁବନେଶ୍ୱର କର୍କଟରୋଗ ବିଭାଗର ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଚ ଆଇ ଭି ବା’ଏଡ୍ସ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ବିଦ୍ୟାର୍ଥିମାନଙ୍କୁ ଅବଗତ କରାଇଥିଲେ ।
ସଭା କାର୍ଯ୍ୟ ପ୍ରାରମ୍ଭରେ ଯୁବ ରେଡ଼କ୍ରସର କାଉନ୍ସେଲର ଅଧ୍ୟାପିକା ପରିମିତା ପ୍ରହରାଜ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅନ୍ୟତମ କାଉନ୍ସେଲର ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ସଭା କାର୍ଯ୍ୟ ସମାପ୍ତି ପରେ ଲୋକମାନଙ୍କୁ ସଚେତନତା ଉଦେଶ୍ୟରେ ଯୁବ ରେଡ଼କ୍ରସ ସ୍ବେସ୍ଛାସେବୀ ମାନେ ଅଧ୍ୟାପକ ଡ଼ଃ ଆଲୋକ କୁମାର ଛୋଟରାୟଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ମହାବିଦ୍ୟାଳୟ ପରିସରରୁ ବାହାରି ଜଟଣୀ ହରିଭାଇନା ଛକ ପର୍ଯ୍ୟନ୍ତ ଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଡ଼ଃ ତପନ କୁମାର ମିଶ୍ର, ଅନିଲ ନନ୍ଦ ଓ ପ୍ରତାପ କୁମାର ମହାପାତ୍ର ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ବଂଶୀଧର କର, ସମରେନ୍ଦ୍ର ମହାପାତ୍ର, ପବିତ୍ର ପଦ୍ମାସନା,ମହାବୀର ପ୍ରସାଦ ବେହେରା, ଗଣେଶ୍ୱର ମଲ୍ଲିକ,ଲିଜାରାଣୀ ସାମନ୍ତରାୟ, ପାୟଲ ରାଥୋଡ଼, ପ୍ରଜ୍ଞା ପରମିତା ମିଶ୍ର, ପ୍ରୀତିସୀମା ସ୍ବାଇଁ, ରଶ୍ମି ରେଖା ମହାନ୍ତି, ସୁଭସ୍ମିତା ଘଟୁଆରୀ, ସୁଜାତା ନନ୍ଦ, ଦୀପ ସୁନ୍ଦର ବେହେରା ଓ ସସ୍ମିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ ।
No Result
View All Result