No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) କଳାହାଣ୍ଡି :- ରାଜ୍ୟର ପୁରାତନ ଓ ଅଗ୍ରଣୀ ସଂଗଠନ ଓଡ଼ିଶା ସାମ୍ବାଦିକ ସଂଘ ( ଓଜେୟୁ) ପକ୍ଷରୁ ନୂତନ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ କାର୍ଯ୍ୟରତ ସାମ୍ବାଦିକ ସମୂହର ୨୫ ଜଣ ସାମ୍ବାଦିକ ରାଜ୍ୟ ସଂଗଠନରେ ଯୋଡ଼ି ହୋଇ ଓଜେୟୁ କଳାହାଣ୍ଡି ଶାଖାକୁ ସମୃଦ୍ଧ କରିବାରେ ଆଗେଇ ଆସିଛନ୍ତି ।
ନର୍ଲା ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ବୈଠକରେ ଓଜେୟୁ ରାଜ୍ୟ ସାଧାରଣ ସମ୍ପାଦକ ଶଶିଭୂଷଣ ପ୍ରହରାଜ ଓ କଳାହାଣ୍ଡି ଜିଲ୍ଲା ସଂପାଦକ ଲକ୍ଷ୍ମଣ ସ୍ବାଇଁଙ୍କ ଉପସ୍ଥିତିରେ ନର୍ଲାର ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ମନୋଜ କୁମାର ଷଡଙ୍ଗୀ, ତ୍ରିଲୋଚନ ଗଉଡ, ଅଜୟ କୁମାର ସେନାପତି, ନିକୁଞ୍ଜ ଦତ୍ତା, ପ୍ରଦୀପ କୁମାର ଗଉଡ,ସଞ୍ଜିବ ଦାସ, ଖଗେଶ୍ବର କୁମାର, ଜଗତରାମ ସାହୁ, ଅନୀଲ କୁମାର ଅଗ୍ରୱାଲ, ଅଜୟ ପଣ୍ଡା, ଗଣେଶ ଭୋଇ, ତପନ ସାହୁ, ନୀଳକଣ୍ଠ ବେହେରା ସହ ଅନ୍ୟମାନେ ଓଜେୟୁ ସଂଗଠନରେ ସାମିଲ ହୋଇ ସଦସ୍ୟତା ଗ୍ରହଣ କରିଛନ୍ତି ।

No Result
View All Result