No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ରେ ଦୀର୍ଘ ଦିନ ଧରି କଳାମୁଗୁନି ପଥର ଖଣି ଓ ବ୍ଳାଷ୍ଟିଙ୍ଗ ଚାଲିଥିବା ବେଳେ ଏହି ବେଆଇନି କଳାମୁଗୁନି ପଥର ଖଣି ଓ ବ୍ଳାଷ୍ଟିଙ୍ଗ ଙ୍କୁ ନେଇ ସ୍ଥାନୀୟ ଜନସାଧାରଣ ଓ କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କରିବା ସହିତ ଆନ୍ଦୋଳନ ଜାରୀ ରଖିଥିଲେ ଏହା ପରେ ମଧ୍ୟ ପ୍ରଶାସନ ତରଫରୁ କୋୖଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହାର ପ୍ରତିବାଦ ରେ ପ୍ରଶାସନ ନିଷ୍କ୍ରିୟତାକୁ ନେଇ ଆଗାମୀ ଡ଼ିସେମ୍ବର 2 ତାରିଖ ରେ ରାସ୍ତା ରୋକ କରିବା ସହିତ ଆନ୍ଦୋଳନତମ ପନ୍ଥା ଗ୍ରହଣ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ବୈଠକ ବସି ନିଷ୍ପତି କରାଯାଇଥିଲା ।

ତେବେ ଜନସାଧାରଣ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଓ ରଣପୁର ଥାନା ଦାୟିତ୍ୱ ରେ ଥିବା ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସହିତ ରଣପୁର ପୋଲିସ ର ଏକ ଟିମ ମିଳିତ ଭାବେ ଲୋଧାଚୁଆ ରାଜସ୍ବ ନିରୀକ୍ଷକ ଙ୍କ ଅଧୀନ ରେ ଥିବା କୋଇଲମା ମୋୖଜା ର 4ଟି ଖଣି ଉପରେ ଚଢ଼ାଉ କରି ୭ଟି କଂପ୍ରେସର ଟ୍ରାକ୍ଟର ସହିତ

ଏକ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହିତ 16 ଜଣ ଙ୍କୁ ଗିରଫ କରି ରଣପୁର ଥାନା କେଶ ନଂ 259/2021 ରେ କୋର୍ଟ ଚାଲାଣ କରାଯାଇଛି ଅନ୍ୟ ମାନଙ୍କ ମଧ୍ୟ ରେ ଏହି ଚଢ଼ାଉ ରେ ରଣପୁର ଥାନା ସବ ଇନ୍ସପେକେଟର ପ୍ରିତୀପ୍ରକାଶ ମହାନ୍ତି ଓ ସମସ୍ତ ଷ୍ଟାଫ ସାମିଲ ହୋଇଥିଲେ ତେବେ ଯଥା ଶୀଘ୍ର ଫେରାର ଥିବା ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି କହିବା ସହ ଏହି ଚଢ଼ାଉ ରେ ସାହାଯ୍ୟ ସହଯୋଗ କରିଥିବା ସ୍ଥାନୀୟ ଜନସାଧାରଣ ଙ୍କୁ ଆଇ. ଆଇ. ସି ରଶ୍ମି ରଞ୍ଜନ ଦାଶ ଧନ୍ୟବାଦ ଜଣାଇଛନ୍ତି ।

No Result
View All Result