No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) କୋରାଇ :- କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଶଙ୍ଖଚିଲା ଡାକ୍ତରଖାନାର ସେବାନିବୃତ ବରିଷ୍ଠ ଫାର୍ମାଶିଷ୍ଠି ଅମୀୟ କୁମାର ସାହୁଙ୍କୁ ଓଡିଶା ଫାର୍ମାଶିଷ୍ଟ ଆସୋସିଏନର ଯାଜପୁର ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲାର ସଭାପତି ସଚ୍ଚିକାନ୍ତ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥଭାବେ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିରଂଚି ନାରାୟଣ ବାରିକ, ସ୧ାନିତ ଅତିଥିଭାବେ ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ମହାରଣା, ଡାକ୍ତର ଶାନ୍ତନୁକୁମାର ମିଶ୍ର ପ୍ରମୁଖ ଯୋଗଦେଇ ଦୀର୍ଘ ୩୮ବର୍ଷଧରି ନିରବଛିନ୍ନ ଭାବେ ସେବାଯୋଗଇ ଆସିଥିବା ବରିଷ୍ଠଫାର୍ମାଶିଷ୍ଟ ଅମୀୟ କୁମାର ସାହୁଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଶ୍ରୀ ସାହୁଙ୍କ ଘର ଶଙ୍ଖଚିଲା ସ୍ଥତି ବାଲିଦାଣ୍ଡ ଠାରେ ହୋଇଥିଲା ବେଳେ ବୟସର ଅପରାହ୍ଣରେ ଏବେବି ସେ ଲୋକଙ୍କ ସେବା ନିରବଚ୍ଛିନ୍ନ ଭାବେ ଜାରିରଖିଛନ୍ତି । ଏହି ସ୧ାନ ପାଇବା ପରେ ଶ୍ରୀ ସାହୁଙ୍କୁ ସ୍ଥାନୀୟ ଅଂଚଳବାସୀ ତାଙ୍କ ବାସଭବନକୁ ଆସି ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହିତ ଶଙ୍ଖଚିଲା ଡାକ୍ତରଖାନାର ଅଧିକାରଣୀ ଡାକ୍ତର ନିବେଦିତା ମହାନ୍ତି, ଡାକ୍ତର ଶୁଭ୍ରାଂଶୁ ଶେଖର ମହାନ୍ତି, ମୃତ୍ୟୁଞ୍ଜୟ ଦାସଙ୍କ ସମେତ ଯୁବସମାଜସେବୀ ସନ୍ତୋଷ ବେହେରା, ଶଙ୍ଖଚିଲା ହିଙ୍ଗୁଳା କମିଟି ସଭାପତି ,ସଂପାଦକ ବାବୁଲି

କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡର ଦାସ, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ଅକ୍ଷୟକୁମାର ଜେନା, ଦିଲ୍ଲୀପକୁମାର ସାହୁ, ଅଧ୍ୟାପକ ମଳୟକୁମାର ମଲ୍ଲିକ,ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ୍ତ ବିଶ୍ୱାଳ, ସଭାପତି ଡକ୍ଟର ମୋହନଚରଣ ଖୁଂଟିଆ, ହିଙ୍ଗୁଳା କଲେଜ ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକ, ଦୁର୍ଗା କମିଟି, ବଣିକ କମିଟି ସମେତ ସ୍ଥାନୀୟ ସରପଂଚ ସୁଶାନ୍ତକୁମାର ସାହୁ, ସମିତିସଭ୍ୟ ମଧୁସୂଦନ ସାହୁ ପ୍ରମୁଖ ରାଜନେତା, ଶିକ୍ଷାବିତ, ସାହିତ୍ୟିକ, ବୁଦ୍ଧଜୀବୀ ଆଦି ସ୍ଥାନୀୟ ଅଂଚଳବାସୀ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

No Result
View All Result