No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ଆରମ୍ଭ ହେଲା ବିଧାନସଭା ର ଶୀତକାଳୀନ ଅଧିବେଶନ । ମମିତା ମେହେର କୁ ନ୍ୟାୟ ଦାବିରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବିଧାନସଭା କୁ ନ ପୁରାଇବା ପାଇଁ କଂଗ୍ରେସ ବିଧାୟକମାନେ ଗେଟେ ରେ ପକାଇଲେ ତାଲା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ବିଧାନସଭା ଫାଟକ ଆଗରେ ଫ୍ଲାଗକାର୍ଡ ଧରି ଧାରଣରେ ବସିଛନ୍ତି ।

ଆଜିଠାରୁ ବିଧାନସଭାର ଶୀଳକାଳିନ ଅଧିବେଶନ ଆରମ୍ଭ ହେଉଛି । ଅଧିବେଶନ ଆରମ୍ଭରୁ କଂଗ୍ରେସ ବିଧାନସଭା ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୁକିମ,

ରମେଶ ଜେନାଙ୍କ ସମେତ ଏକାଧିକ ବିଧାୟକ ହାତରେ ଫ୍ଲାଗକାର୍ଡ ଧରି ଧାରଣା ଦେଇଛନ୍ତି । ଏଥିସହିତ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିସ୍କାର ଓ ମମିତାଙ୍କୁ ନ୍ୟାୟ ଦାବିରେ ଧାରଣା ଦିଆଯାଇଛି । ହେଲେ ବିଧାନସଭାକୁ ଆସୁଥିବା ବିଧାୟକମାନଙ୍କୁ ଛାଡି ଦେଉଛନ୍ତି ।

No Result
View All Result