No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଅଧିନରେ ଥିବା ନଇ ତଇଲା ଗ୍ରାମ ନିକଟରେ ବନ ବିଭାଗ ଚଢ଼ାଉ କରି ୧୦ ଟା ଶାଗୁଆନ ପଟା,୭ ଟି ଶାଳ ସାଇଜ଼ ଏବଂ ଗୋଟିଏ ଶାଳ ଲଗ୍ ଜବତ କରିଛି । କୌଣସି ମତେ ଖବର ପାଇ ମହିପୁର ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ ଏବଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦିନ ୧୨ ଟା ସମୟରେ ଡିଭିଜନ ମୋବାଇଲ୍ ଟିମ୍ ଏବଂ ମହିପୁର ବନାଞ୍ଚଳ କର୍ମଚାରୀ ଚଢ଼ାଉ କରି ଶାଗୁଆନ ପଟା ଓ ଶାଳ ଲଗ୍ ଜବତ କରି ମହିତମା ସେକ୍ସନ କୁ ଆଣିଥିଲେ ।
ଯାହାର ଆନୁମାନିକ ମୂଲ୍ୟ ୧୫ ହଜାର ଟଙ୍କା ହେବ ବୋଲି ମହିତମା ଫରେଷ୍ଟର ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ମହିପୁର ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା,ଡିଭିଜନ ମୋବାଇଲ୍ ଟିମ୍ ଫରେଷ୍ଟର ଜ୍ୟୋତିରଂଜନ ମାନସିଂହ, ମହିତମା ଫରେଷ୍ଟର ରାକେଶ କୁମାର ସାହୁ,ଫରେଷ୍ଟ ଗାର୍ଡ ବିନାୟକ ଜେନା,ଶ୍ରୀକାନ୍ତ ନାୟକ,ସୁଧାକର ସାହୁ, ଶ୍ରଦ୍ଧାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗର ଚଢ଼ାଉ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

No Result
View All Result