ନାୟିକା ଦେବିକା ଅରୁନ୍ଧତୀ ସାମଲଙ୍କ ଦ୍ୱାରା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍‌ର ପ୍ରିମିୟମ୍ ଲକ୍‌ଜୁରି ସୋ’ରୁମ୍‌ ଡି’ସାଇନିଆ ଉଦ୍‌ଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ଭୁବନେଶ୍ୱର :- ଭାରତର ଅନ୍ୟତମ ସର୍ବବୃହତ ଗହଣା ଖୁଚୁରା ଶୃଙ୍ଖଳା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ ପ୍ରିମିୟମ୍ ଲକ୍‌ଜୁରି ସୋ’ରୁମ୍‌ ଡି’ସାଇନିଆକୁ ଓଡ଼ିଶାର ଭୁବନେଶ୍ୱରରେ ଖୋଲାଯାଇଛି । ପଟିଆର କିଟ୍ ଛକ ନିକଟରେ ଖୋଲିଥିବା ଏହା ହେଉଛି ଭୁବନେଶ୍ୱରରେ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ଦ୍ୱିତୀୟ ସୋ’ରୁମ୍ ଏବଂ ରାଜ୍ୟର ଅଷ୍ଟମ । ବିଶିଷ୍ଟ ଚଳଚିତ୍ର ନାୟିକା ଦେବିକା ଅରୁନ୍ଧତୀ ସାମଲ ସହଜରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ନୂଆ ଷ୍ଟୋର୍‌କୁ ଉଦଘାଟନ କରିଛନ୍ତି । ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ଥିବା ପଟିଆର କିଟ୍ ଛକ ସ୍ଥି୍‌ତ ପ୍ଲଟ ନମ୍ବର-୪୩୫/୧୮୮୩/୪୮୮୯ରେ ଚାରି ମହଲା ବିଶିଷ୍ଟ ନୂଆ ଡି’ସାଇନିଆ ଷ୍ଟୋର ଅବସ୍ଥିତ । ୫୦୦୦ ବର୍ଗଫୁଟରେ ବ୍ୟାପ୍ତ ଥିବା ଏହି ଷ୍ଟୋର୍ ହେଉଛି ଓଡ଼ିଶାରେ ସର୍ବବୃହତ ଷ୍ଟୋର୍‌ ଯାହା ଆକର୍ଷଣୀୟ ଡିଜାଇନ୍‌ର ଗହଣା ସମ୍ଭାର ସବୁ ପ୍ରକାର ଉତ୍ସବ ଲାଗି ସୁଲଭ ମୂଲ୍ୟରେ ପ୍ରଦାନ କରିବ ।

ଏହି ଅବସରରେ ବିଶିଷ୍ଟ ନାୟିକା ଦେବିକା ଅନୁନ୍ଧତୀ ସାମଲ୍ କହିଛନ୍ତି ଯେ, “ଭୁବନେଶ୍ୱରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ସୋ’ରୁମ୍‌କୁ ଉଦଘାଟନ କରିବା ଆନନ୍ଦଦାୟକ । ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ କାରିଗରୀ ଶିଳ୍ପରେ ଅନ୍ୟତମ ଶ୍ରେଷ୍ଠ ଓ ଏହି ଷ୍ଟୋର୍‌ରେ ହାଲୁକା ଫେସନ୍ ସମେତ ସବୁ ପ୍ରକାର ଉତ୍ସବ ଅବସର ଲାଗି ପାରମ୍ପରିକ ବ୍ରାଇଡାଲ୍ ସୁନା ଗହଣା ଯଥା ଟେମ୍ପଲ୍‌, ଆଂଟିକ୍‌, ପୋଲ୍‌କି, କୁନ୍ଦନ ଓ ସ୍ୱତନ୍ତ୍ର ହୀରା ଗହଣାର ଆକର୍ଷଣୀୟ ସମ୍ଭାର ରହିଛି ଯାହା ଏହି ସୁନ୍ଦର ସହରର ସମସ୍ତ ମହିଳାଙ୍କୁ ପସନ୍ଦ ଆସିବ ବୋଲି ମୁଁ ଦୃଢ଼ ନିଶ୍ଚିତ ।’’ ନୂଆ ଷ୍ଟୋର୍ ଉନ୍ମୋଚନ ବିଷୟରେ ନିଜ ମତ ରଖି ଶ୍ରୀଯୁକ୍ତ ଶୁଭଙ୍କର ସେନ୍‌, ସିଇଓ, ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ କହିଛନ୍ତି ଯେ, “ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍ ଏହାର ମୂଲ୍ୟବାନ୍ ଗ୍ରାହକଙ୍କ ପାଇଁ ସର୍ବଦା ସୁଲଭ ମୂଲ୍ୟରେ ସ୍ୱତନ୍ତ୍ର ଗହଣା ସମ୍ଭାର ଆଣିବା ଉପରେ ଗୁରୁତ୍ୱାରୋପ କରିଥାଏ ।

ପ୍ରିମିୟମ୍ ହୀରା ଠାରୁ ଆରମ୍ଭ କରି ପ୍ଲାଟିନମ୍ ଓ ସୁନା ଠାରୁ ଆରମ୍ଭ କରି ଚିକ୍ ରୁପା ଓ ଫେସନ୍ ଗହଣା ପର୍ଯ୍ୟନ୍ତ, ଆମ ଷ୍ଟୋର୍‌ରେ ଗହଣାର ବ୍ୟାପକ ବର୍ଗ ରହିଛି ଏବଂ ଅତି ଯତ୍ନର ସହ ତିଆରି କରାଯାଇଥିବା ଏହି ଗହଣାଗୁଡ଼ିକୁ ଭୁବନେଶ୍ୱରର ଲୋକମାନଙ୍କ ଲାଗି ଆଣିଥିବାରୁ ଆମେ ଆନନ୍ଦିତ । ଆମେ ଅତ୍ୟନ୍ତ କୃତଜ୍ଞ ଯେ ଆମର ନୂଆ ଷ୍ଟୋର୍‌ ଉନ୍ମୋଚନ ଅବସରରେ ପ୍ରତିଭାବାନ୍ ନାୟିକା ଦେବିକା ଅରୁନ୍ଧତୀ ସାମଲ୍ ଆମ ସହିତ ଅଛନ୍ତି ଓ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।’’ ଏହି ମେଗା ଉଦଘାଟନକୁ ପାଳନ କରିବା ଲାଗି କଂପାନି ପକ୍ଷରୁ ବିଭିନ୍ନ ପ୍ରକାର ଅଫର୍‌ ପ୍ରଦାନ କରାଯାଉଛି । ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ, ହୀରା ଗହଣାର ଗଢ଼ା ମୂଲ୍ୟ ଉପରେ ୧୦୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଥିବା ବେଳେ ସୁନା ଏକ୍ସଚେଂଜ୍ ବେଳେ ଶୂନ ମୂଲ୍ୟ କାଟ୍ କରାଯାଉଛି ଏବଂ ଗ୍ରାହକଙ୍କୁ ଖୁସି କରିବା ଲାଗି ପ୍ଲାଟିନମ୍‌, ରୁପା ଓ ଗସିପ୍ ସମ୍ଭାର ଉପରେ ଆକର୍ଷଣୀୟ ଉତ୍ସବ ଅଫର୍ ପ୍ରଦାନ କରାଯାଉଛି ।