No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ନଭେମ୍ବର ସୋମବାର ) ବରଗଡ଼ :- ବରଗଡ଼ ଜୀବନ ବୀମା ଶାଖା ଅଭିକର୍ତ୍ତା ସଂଘ ର ସାଧାରଣ ପରିଷଦ ବୈଠକ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘ ର ସଭାପତି ମନୋଜ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ସଭା କୁ ଉଦଘାଟନ କରିଥିଲେ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅଜିତ କର,ମଣ୍ଡଳ ସଭାପତି ପ୍ରସୁନ ପଣ୍ଡା, ବରଗଡ଼ ଶାଖା ପରିଚାଳକ ରଞ୍ଜନ ଶତପଥୀ,ସହ ପରିଚାଳକ ଚିନ୍ତାମଣି ସାହୁ, ବରପାଲି ଶାଖା ପରିଚାଳକ ନିରଞ୍ଜନ ମାଝୀ,ଭିଜନ ମିଶ୍ର, ବିଶ୍ବଜିତ ମିଶ୍ର,ସି ଏସ ରାଓ, ସମ୍ପାଦକ ଚନ୍ଦ୍ର ଶେଖର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ସମର ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ସାଧାରଣ ପରିଷଦ ବୈଠକ ରେ ସଂଘ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।

ପରେ ସଂଘ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ନୂତନ ସଭାପତି ଭାବେ ମନୋଜ ମେହେର ଙ୍କୁ ପୁନଃ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବରେ ପ୍ରଦୀପ ଷଡ଼ଙ୍ଗୀ ଓ ଧିରେନ୍ଦ୍ର ତ୍ରିପାଠୀ, ଅଭିମନ୍ୟୁ ସ୍ବାଇଁ ସମ୍ପାଦକ, ହୃଷିକେଶ ପାତ୍ର ଏବଂ ଦେବକୀ ସାହୁ ସହ ସମ୍ପାଦକ, ଗଗନ ବିହାରୀ ପ୍ରଧାନ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ।

No Result
View All Result