ଅବକାରୀ ଚଢାଉ, ବିପୁଳ ପରିମାଣର ମଦ ଓ ପୋଚ ଜବତ, ୪ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ରବିବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ ଧରଣ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଓ ପୋଚ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ ସେଠୀଙ୍କ ନିର୍ଦ୍ଦେଶକ୍ରମେ କୁନ୍ଦୁରା ବ୍ଲକର ବନୁଗୁଡା ରୁ ୨ ଜଣ ଓ କାପୁଗୁଡୀ ରୁ ୨ ଜଣଙ୍କୁ ବେଆଇନ ଭାବେ ଦେଶୀମଦ ବିକ୍ରି କରୁଥିବା ସମୟରେ ଗିରଫ କରାଯାଇ ଥିବା ସୂଚନା ପ୍ରଦାନ କରିଛନ୍ତି ଅବକାରୀ ଥାନା ଏଏସଆଇ ରଶ୍ମି ରଞ୍ଜନ ନାୟକ !

ପାପ୍ତ ସୂଚନାନୁଯାୟୀ ବନୁଗୁଡା ଜଙ୍ଗଲ ଭିତରେ ୧ ହଜାର ରୁ ଉର୍ଦ୍ଧ ମହୁଲି ମଦ ବିକ୍ରି ପାଇଁ ରଖାଯାଇଥିବା ବେଳେ ୯୦ ଲିଟର ମହୁଲ ପୋଚ ମଧ୍ୟ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ ! ଅବକାରୀ ଓଆଇସି ଏସ.କେ.କାଣ୍ଡିକିଙ୍କ ନେତୁତ୍ବରେ ଏହି ଚଢାଉ କରାଯାଇ ଥିବା ବେଳେ ଏଏସଆଇ ରଶ୍ମି ରଞ୍ଜନ ନାୟକ, ସରୋଜ ବେହେରା,ହିରାମଣି ଭତ୍ରାଙ୍କ ଅନ୍ଯାନ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ !