ରଣପୁର ବ୍ଲକରେ ଅଙ୍ଗନୱାର୍ଡି କର୍ମୀ ମାନଙ୍କୁ ଯେଉଁଭଳି ଅବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟପେୟ ଯୋଗାଇ ଦିଆଯାଉଛି – ତାହା ଅତ୍ୟନ୍ତ ଲଜ୍ୟାଜନକ ବିଷୟ

ରଣପୁର ବ୍ଲକରେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଜରିଆରେ କରାଯାଇଥିବା ରାଜ୍ୟ ପ୍ରସଙ୍ଗ ଭିତ୍ତିକ ବାର୍ଷିକ ଅଦ୍ୟ ଶୈଶବକାଳୀନ ଯତ୍ନ ଓ ଶିକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ପାଠ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ରଣପୁର :- ରଣପୁର ବ୍ଲକରେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଜରିଆରେ କରାଯାଇଥିବା ରାଜ୍ୟ ପ୍ରସଙ୍ଗ ଭିତ୍ତିକ ବାର୍ଷିକ ଅଦ୍ୟ ଶୈଶବକାଳୀନ ଯତ୍ନ ଓ ଶିକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ପାଠ୍ୟକ୍ରମ ୨୦୨୧ ଅତ୍ୟନ୍ତ ଅବ୍ୟବସ୍ଥିତ ଢ଼ଙ୍ଗରେ ବ୍ୟବସ୍ଥା ହୋଇଥିବାର ଦେଖିବାକୁ ମିଳିଛି ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ରଣପୁରର ସମନ୍ବିତ ଶିଶୁ ବିକାଶ ବିଭାଗ ର ମୁଖ୍ୟା ସିଡ଼ିପିଓ ୪ ଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେଥିରୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୨୯ ତାରିଖରେ ସରିବାର ବ୍ୟବସ୍ଥା ଅଛି । ଏଥିରେ ଯୋଗ ଦେଉଥିବା ବା ତାଲିମ ନେଉଥିବା ଅଙ୍ଗନୱାର୍ଡି କର୍ମୀ ମାନଙ୍କୁ ଯେଉଁଭଳି ଅବ୍ୟବସ୍ଥିତ ଢଙ୍ଗରେ ଖାଦ୍ୟପେୟ ଯୋଗାଇ ଦିଆଯାଉଛି ତାହା ଅତ୍ୟନ୍ତ ଲଜ୍ୟାଜନକ ବିଷୟ ଏବଂ ଫଳତଃ ଏଥିରୁ ଜଣାଯାଏ ସରକାର ବା ଜିଲ୍ଲା

ରଣପୁର ଶିଶୁ ସମନ୍ବିତ ବିକାଶ କାର୍ଯ୍ୟାଳୟ କୁ ଆବଶ୍ୟକୀୟ ବ୍ୟବସ୍ଥା ପାଇଁ ନିଶ୍ଚିତ ଭାବରେ ଆର୍ଥିକ ସହଯୋଗରେ ଅଭାବ କରିଛନ୍ତି ନଚେତ ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ତାଲିମପ୍ରାପ୍ତ କର୍ମୀ ମାନେ ଗାଈ ଗୋବର , କୁକୁର ଥାଇ ତଳେ ବସି ଖାଦ୍ୟ ଖାଇବା ଦୁଃଖ ଓ ପରିତାପର ବିଷୟ ହୋଇପଡିଛି । ଜନସାଧାରଣରେ ମଧ୍ୟ ଏହା ଚର୍ଚ୍ଚା ହେଉଛି । ଜନସାଧାରଣ ଏହାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଚାରଆଲୋଚନା କରୁଛନ୍ତି ।