No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୃଷ୍ଣ ଚନ୍ଦ୍ରପୁର କଲ୍ୟାଣୀ ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାର୍ଶ୍ଵରେ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏପରିକି ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏପରିକି ଶିକ୍ଷକ ଭବନ ନିର୍ମାଣ ପାଇଁ ଅର୍ଥ ର ଅଭାବ ରହିବ ନାହିଁ ବୋଲି କହିଥିଲେ ।
ଶିକ୍ଷକ ଭବନ ନିର୍ମାଣ ପାଇଁ ବହୁ ବର୍ଷ ଧରି ଶିକ୍ଷକ ମାନେ ଆଶା ରଖିଥିଲେ ମଧ୍ୟ ଆଶା, ଆଶା ରେ ରହିଯାଇଥିଲା । କିନ୍ତୁ ଦଶପଲ୍ଲା ର ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା କଥା ନୁହେଁ କାର୍ଯ୍ୟ କରି ଦେଖାଇଲେ ବୋଲି ଶିକ୍ଷକ ମାନଙ୍କ ମହଲରେ ଚର୍ଚ୍ଚା ଚାଲିଛି । ଶିକ୍ଷକ ମାନଙ୍କ ଦୀର୍ଘ ଦିନ ର ସ୍ବପ୍ନ ବିଧାୟକ ପୂରଣ କରିଥିବାରୁ ଶିକ୍ଷକ ମାନଙ୍କ ପକ୍ଷରୁ ବିଧାୟକ ଙ୍କ ପ୍ରତି ପ୍ରଶଂସା ର ସୂଅ ଛୁଟିଛି ।
ଯାହାକି ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ ଶିକ୍ଷକ ମାନଙ୍କ ଶିକ୍ଷକ ଭବନ ନିର୍ମାଣ ସ୍ବପ୍ନ ପୂରଣ କରିବାରେ ସଫଳ ହୋଇପାରିନଥିଲେ । କେବଳ ଶିକ୍ଷକ ଭବନ ନିର୍ମାଣ ନୁହେଁ ପ୍ରତିଟି ଉନ୍ନୟମୂଳକ କାର୍ଯ୍ୟ ସଫଳତା ର ସହ ପୂର୍ଣ୍ଣାଙ୍ଗ କରି ଚାଲିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।
No Result
View All Result