ବ୍ଲକ୍ ସ୍ତରୀୟ ସମନ୍ଵୟ ମେଳା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ହାଇସ୍କୁଲ୍ ପଡ଼ିଆରେ ନୂଆଗାଁ ବ୍ଲକ୍ ମିଶନ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶା ଜୀବିକା ମିଶନ ସହଯୋଗରେ ବ୍ଲକ୍ ସ୍ତରୀୟ ସମନ୍ଵୟ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମନ୍ଵୟ ମେଳା ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ,ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ମହିଳା ମାନେ ବ୍ୟାଙ୍କ୍ ରୁ ଋଣ ନେଇ କିପରି ବ୍ୟାଙ୍କ୍ ଋଣ କୁ ବିନିଯୋଗ କରି ସ୍ବାବଲମ୍ବୀ ହୋଇପାରିବେ ସେ ଉପରେ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ଙ୍କ ସମେତ ମଞ୍ଚାସୀନ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ । ନଅଗୋଟି ବିଭିନ୍ନ ବ୍ୟାଙ୍କ୍ ରୁ ଆସିଥିବା ଶାଖା ପରିଚାଳକ ମାନେ ୨୧୨ ଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ୫ କୋଟି ୨୬ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥିଲେ । ଏହା ସହିତ ଶାଖା ପରିଚାଳକ ଏବଂ ୨ ଜଣ ବ୍ୟାଙ୍କ ମିତ୍ର ଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଓଡ଼ିଶା ଜୀବିକା ମିଶନ ଗୋଷ୍ଠୀ ପରିଚାଳିକା ସସ୍ମିତା ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ମିଶନ ଶକ୍ତି ବିଭାଗ ର ବ୍ଲକ୍ ପରିଚାଳକ ଦିଲ୍ଲୀପ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନା ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ,ସମ୍ପାଦକ,ଏମ୍ ବି କେ,ବ୍ୟାଙ୍କ୍ ମିତ୍ର, ଏବଂ ଓଡ଼ିଶା ଜୀବିକା ମିଶନ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।