କଂଗ୍ରେସକର୍ମୀ ଏକଜୁଟ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଙ୍କଗ୍ରେସର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କେ ଜନତାଙ୍କୁ ଅବଗତ କରାଇବେ – ଶ୍ରୀ ପରିଡ଼ା ମତବ୍ୟକ୍ତ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରେ ପ୍ରାୟ ଏକ ଦଶନ୍ଧିରୁ ଉର୍ଦ୍ଧ୍ବକାଳ ବ୍ଲକ କଂଗ୍ରେସ ସଭାପତି ଥିବା ଧୃବଚରଣ ପରିଡା ଯିଏକି ଏବେ ଜିଲ୍ଲା କିଷାନ ଙ୍କଗ୍ରେସ ସଭାପତି ଅଛନ୍ତି ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁସଂଗଠିତ କରିବାକୁ ଉଦ୍ୟମରତ I ବିଯୁକ୍ତାତ୍ମକ ପରିସ୍ଥିତିରେ ସଂକଳ୍ପବଦ୍ଧ କର୍ମୀଙ୍କୁ ନେଇ ଆବଶ୍ୟକ ସ୍ଥଳେ ବୁଝାମଣା ଫର୍ମୁଲା ପ୍ରୟୋଗ କରି ଦଳୀୟ ସ୍ଥିତି ଜାହିର ପାଇଁ ଉଦ୍ୟମରତ ।

ବିଶେଷକରି ଏବେବି ଚାନ୍ଦପୁର ,ଟପାଗଡ଼, ଜଙ୍କିଆ,ରାଇପଡ଼ା ,ମୟୁରଝାଲିଆ ,ବନ୍ଦଭଦ୍ରପୁର, କାସନ୍ଦା,ବ୍ରଜରାଜପୁର,ବୃନ୍ଦାବନପୁର,ରଙ୍କ ଦେଉଳି ପ୍ରଭୃତି ପ୍ରାୟ୨୦ଟି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ଦେବାର ଉଦ୍ୟମ ଚଳାଇଛନ୍ତି l ଜିଲ୍ଲା ପରିଷଦ ପ୍ରାର୍ଥି ଚୟନ ଜିଲ୍ଲା କମିଟି ସ୍ତରରେ ତୃଣମୂଳ କର୍ମୀଙ୍କ ମତ୍ତାମତ୍ତ ଆଧାରରେ ଘୋଷଣା କରାଯିବ I

ସାକ୍ଷାତକାରରେ ଶ୍ରୀ ପରିଡା କହନ୍ତି ସମିତିଅଧ୍ୟକ୍ଷ ବେଳେ ଦଳର ଭୂମିକା ନିର୍ଣ୍ଣାୟକ ରହିବ l କଂଗ୍ରେସକର୍ମୀ ଏକଜୁଟ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଙ୍କଗ୍ରେସର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କେ ଜନତାଙ୍କୁ ଅବଗତ କରାଇବେ I କଂଗ୍ରେସ ହିଁ ଲୋଙ୍କ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ପରିଡ଼ା ମତବ୍ୟକ୍ତ କରିଛନ୍ତି ।