No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଶୁକ୍ରବାର) କୋରାଇ :- ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ‘ରାଜନୀତି ବିଜ୍ଞାନ ସମ୍ମାନ’ ବିଭାଗ ପକ୍ଷରୁ ନବାଗତା ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଏହି ଅବସରରେ ଏକ ସଭା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଅତିଥିଭାବେ ବରିଷ୍ଠ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ବିଭାଗୀୟ ମୁଖ୍ୟ ରୋଜାଲିନା ମହାନ୍ତି, ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ, ଅରୁଣ କୁମାର ମିଶ୍ର, ମଳୟ କୁମାର ମଲ୍ଲିକ, ପଦ୍ମଭୁଷଣ ରାଉତରାୟ ପ୍ରମୁଖ ଯୋଗଦେଇ ନବାଗତଛାତ୍ରମାନଙ୍କୁ ସ୍ୱାଗତ ଜଣାଇବା ପୂର୍ବକ ଶିକ୍ଷା ଅଧ୍ୟୟନପ୍ରତି ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଚରିତ୍ର ପ୍ରତି ବିଶେଷ ଧ୍ୟାନ ଦେବାକୁ ଉପଦେଶ ଦେଇଥିଲେ ।
ସଭା ପ୍ରାରମ୍ଭରେ ନବାଗତା ଛାତ୍ରୀମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା ବେଳେ ଛାତ୍ରୀ ସାଗରିକା ସାହୁ ଓ ଶୁଭଶ୍ରୀ ନାଥଶର୍ମା ସ୍ୱାଗତ ସଙ୍ଗୀତ ପରିବେଶଣ କରିଥିଲେ । ୩ୟ ବର୍ଷର ଛାତ୍ରୀ ପ୍ରଣତି ରାଉତ, ସୋନାଲି କରଣ, ଛବି ସାହୁ, ପ୍ରିୟଦର୍ଶିନୀ ନାୟକ ଓ ୨ୟ ବର୍ଷର ଛାତ୍ରୀ ଭାଗ୍ୟଶ୍ରୀ ମଲ୍ଲିକ, ଜ୍ୟୋତିସ୍ମିତା ବିଶ୍ୱାଳ, ଲିସାରାଣୀ ସାମଲ, ମଧୁସ୍ମିତା ପାତ୍ର ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲ ।
ନବାଗତା ଛାତ୍ରୀ ଲିପ୍ସା ନାୟକ, ପୂଜାଶ୍ରୀ ପଲେଇ, ପୂଜାରାଣୀ ପାତ୍ର, ମନୋରମା ବେହୁରା ପ୍ରମୁଖ ପ୍ରତି ଉତରରେ ବଡଭଉଣୀ ମାନଙ୍କର ଉପଦେଶ, ଗୁରୁଜନଙ୍କୁ ଭକ୍ତି ଓ ଆଦେଶ ମାନି ଭଲପଢି ମହାବିଦ୍ୟାଳୟର ନାଁ ରଖିବାକୁ କହିଥିଲେ । ଶେଷରେ ୩ୟବର୍ଷର ଛାତ୍ରୀ ପଲ୍ଲବୀ ନାୟକ ଧନ୍ୟବାଦ ଅର୍ପଣ କରିଥଲେ ।
No Result
View All Result