ଗରିବ , ନିସହାୟ ଙ୍କୁ କମ୍ବଳ ବଣ୍ଟନ କଲେ ସମାଜ ସେବୀ ଦାମ ସାର୍

ଓଡ଼ିଶା ତାଜା ନ୍ୟୁଜ୍ (୨୫ ନଭେମ୍ବର ଗୁରୁବାର ) ନୂଆଗାଁ :- ନୟାଗଡ଼ ଜିଲ୍ଲା ର ଜଣାଶୁଣା ସମାଜସେବୀ ତଥା ଅବସର ପ୍ରାପ୍ତ ଶିକ୍ଷକ ଦାମ ସାର ନେତୃତ୍ୱରେ ବାହାଡ଼ ଝୋଲା ଅଂଚଳର ବୁଧୀଜିବି ଓ କିଛି ସାମ୍ବାଦିକ ଙ୍କ ସହିତ ମିଶି ବେରୁଆଁ ବାରୀ ପଂଚାୟତର ବଧୀଲି ପୁରୁ ଗ୍ରାମର ବାପା ,ମା ଛେଉଣ୍ଡ ଭାଇଭଉଣୀ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ।ତତ୍ ସହିତ ପୋଡାସାହୀ ଗ୍ରାମର ଭିନ୍ନକ୍ଷମ ଯୁବକ ଓ ଆଦିବାସୀ ବହୁଳ ମାଣ୍ଟୁଖମଣ ବିଧବା ଅସହାୟ ପରିବାର କୁ କମ୍ବଳ ବଣ୍ଟନ କରାଯିବା ସହ ସିଙ୍ଗାର ପଲ୍ଲୀ ପଂଚାୟତର ଯୋଡ଼ା ସାହି ଗ୍ରାମର ବିଧବା,

ଭିନ୍ନକ୍ଷମ ପରିବାର ଓ ମାଣିକ ପାଟଣା ବଡ଼ସାହି ର ମାନସିକ ବିକାର ଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚି କମ୍ବଳ ସହ ସୁଖୀଲା ଖାଦ୍ୟ ବଣ୍ଟନ କରିଥିଲେ ସମାଜ ସେବୀ ଦାମ ସାର୍ । ନୟାଗଡ଼ ଜିଲ୍ଲାର ଲୋକ ପ୍ରିୟ ସମାଜସେବୀ ଦାମ ସାରଙ୍କ ସହିତ ସର୍ବଭାରତୀୟ ମାନବାଧିକାର ଜିଲ୍ଲା ସମ୍ପାଦକ ପବିତ୍ର ମୋହନ ସାହୁ ,

ଓ ଅଂଚଳର ବୟଜ୍ୟେଷ୍ଠ ବ୍ୟକ୍ତି ବିଜୟ କୁମାର ସାହୁ ରଘୁନାଥ ସାହୁ ଉପସ୍ଥିତ ଥିଲେ । ଅଂଚଳର କିଛି ସମ୍ବାଦିକ ପ୍ରଦିପ କୁମାର ସାହୁ, ମନୋଜ କୁମାର ସାହୁ, ଦୟା ସାହୁ ,ନିରଂଜନ ସାହୁ ଗରିବଙ୍କ ମୁହଁରେ ହସ ଫୁଟେଇବା ପାଇଁ କମ୍ବଳ ବଣ୍ଟନ କାର୍ଯ୍ୟରେ ସାମିଲ ହୋଇଥିଲେ ।