ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ : ଜିଲ୍ଲା ନିୟୋଜନଓ ଓର୍ମାସ ପକ୍ଷରୁ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ 

ଓଡ଼ିଶା ତାଜା ନ୍ୟୁଜ୍ (୨୪ ନଭେମ୍ବର ବୁଧବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଗଜପତି ଓ ଓରମାସ ଆନୁକୂଲ୍ୟରେ ମୋହନା ବ୍ଲକ ସ୍ଥିତଚନ୍ଦ୍ରଗିରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ, ତହସିଲଦାର ମୋହନା ଶ୍ରୀ -କିଶୋର ଚନ୍ଦ୍ର ଦାସ,ଆରଏସଇଟିଆଇ ନିର୍ଦ୍ଦେଶକ ଅଚ୍ୟୁତନନ୍ଦ ବ୍ରହ୍ମା, ଓରଏମାଏସର ଦକ୍ଷତା ବୃଦ୍ଧି ସଂଯୋଜକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ,

ସୌରା ଉନ୍ନୟନ ସଂସ୍ଥାର ଶ୍ରୀଧର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଆୟୋଜନର ଉଦ୍ଦେଶ୍ୟ ସମ୍ବନ୍ଧ ରେ ବୁଝାଇ ଥିଲେ l ମୋହନା ବ୍ଲକର ବିଭିନ୍ନ ଗ୍ରାମଞ୍ଚଳ ରୁ ବେକାର ଓ ଶିକ୍ଷିତ ଯୁବକ ଯୁବତୀ ଆତ୍ମ ନିର୍ଭରଶୀଳ କରିବା ପାଇଁ ସରକାଙ୍କ ତରଫରୁ ମାଗଣା ଶିକ୍ଷା ଏବଂ ତାଲିମ ନିଯୁକ୍ତି ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ଶିବିରରେ ଅନେକ ଗାଁରୁ ଯୁବକ ଯୁବତୀ ସାମିଲ ଥିଲେ l ସୂଚନା ଅନୁସାରେ ପ୍ରାୟ ୧୫୦ ଜଣପ୍ରାଥୀଓପ୍ରାଥୀନିଙ୍କୁ ୫ଟିପିଆଇଏତାଲିମ ଓ ନିଯୁକ୍ତି ବିଷୟରେ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମକୁ ଓଡିଶା ଜୀବିକା ମିଶନ ବିପିମ -ଶ୍ରୀ ତିରୁପତି ଛେଳି ପରିଚାଳନା କରିଥିଲେ l