ଗଜପତି ଜିଲ୍ଲା ବିଜେପିର ମିଶ୍ରଣ ପର୍ବ, କାଶୀନଗର ବ୍ଲକ ବିଜେଡ଼ି ପୂର୍ବତନ ସଭାପତି ଆର୍. ସତୀଶଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ ବିଜେଡ଼ି ନେତା ଓ କର୍ମୀ ବିଜେପିରେ ସାମିଲ ହେଲେ

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ନଭେମ୍ବର ,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ଅନ୍ତର୍ଗତ ପୁରୁଟିଗୁଡା ଗ୍ରାମ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା କାଶୀନଗର ବ୍ଲକର ପୂର୍ବତନ ବିଜେଡି ସଭାପତି ଆର.ସତୀଶଙ୍କ ନେତୃତ୍ୱରେ ୫ଶହରୁ ଉର୍ଦ୍ଧ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିବା ସୁଚନା ମିଳିଛି । ଆୟୋଜିତ ସମାବେଶରେ ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଅଧ୍ୟକ୍ଷତା କରିଥଲେ ।

ଅନ୍ୟମାନଙ୍କ ଭିତରେ କାଶୀନଗର ପଞ୍ଚାୟତ ସମତି ଅଧ୍ୟକ୍ଷ ଚିତ୍ରି ସିମାଦ୍ରି, ବରିଷ୍ଠ ନେତା ଆର୍‌. ସତୀଶ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ନେଟିମି କୋଟେଶ୍ୱର ରାଓ(ଅନୀଲ)ଙ୍କୁ ଏହି ଅବସରରେ କାଶୀନଗର ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍‌-୧ରେ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସିଆଳି, ଅଲଡା, ଖାଣ୍ଡବା ଓ ବୁଦୁରା ପଞ୍ଚାୟତର ୨୦୦ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ ।

ପ୍ରକାଶ ଯୋଗ୍ୟ ଯେ,ସମର୍ଥକଙ୍କ ସହ ବିଜେପିରେ ସାମିଲ୍ ହୋଇଥିବା ଆର୍‌.ସତୀଶ ପୂର୍ବରୁ ଖାଣ୍ଡବା ପଞ୍ଚାୟତର ସରପଞ୍ଚ ଓ କାଶୀନଗର ବ୍ଲକ ବିଜେଡି ସଭାପତି ଥିଲେ । ତାଙ୍କର ଯୋଗଦାନ ପରେ ବିଜେପି ଉକ୍ତ ଅଞ୍ଚଳରେ ଅଧିକ ସକ୍ରିୟ ହୋଇ ପାରିବ ବୋଲି ନେତାମାନେ ଆଶା ପ୍ରକାଶ କରିଛନ୍ତି । କାଶୀନଗର ଏନ୍‌ଏସିର ଦଳୀୟ ନେତାମାନେ ବି ସମାବେଶରେ ଉପସ୍ଥିତଥିଲେ