No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୨ ନଭେମ୍ବର ସୋମବାର ) ରଣପୁର :- ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆଜିଠୁ ୩ଦିନ ଧରି ରାଜ୍ୟବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ତେବେ ସୋମବାର ପ୍ରଥମ ଦିନରେ ରଣପୁର ବ୍ଲକ ସମ୍ମୁଖରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ନେତୃତ୍ଵରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର ଶତାଧିକ ନେତା ଓ କର୍ମୀ ରଣପୁର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହୁ ହୁ ହୋଇ ବଢି ଚାଲିଥିବା ରନ୍ଧନ ଗ୍ୟାସ ଦରକୁ ବିରୋଧ କରି ଏହି ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି ।

ଗ୍ୟାସ ଦର ବୃଦ୍ଧି ପାଇଁ କେନ୍ଦ୍ର ବିଜେପି ସରକାରଙ୍କୁ ଭର୍ତ୍ସନା କରିଛନ୍ତି ବିଜେଡି ନେତା ଓ କର୍ମୀ । ଏଥିସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ କେନ୍ଦ୍ର ସରକାର ତୁରନ୍ତ ଦରଦାମ୍ ନିୟନ୍ତ୍ରଣ ନକଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ନେତା ଓ କର୍ମୀ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନଗର ସଭାପତି ସ୍ୱରାଜ ମହାନ୍ତି, ସ୍ବର୍ଣ୍ଣ ପ୍ରକାଶ ରାଉତ୍ତରାୟ, ପ୍ରଭାତ ଦଳବେହେରା,ରାଜୀବ ଲୋଚନ ପ୍ରଧାନ, ମାମା ରାୟ, କିଶୋର ପଟ୍ଟନାୟକ, ଲିଟୁ ସ୍ୱାଇଁ, ରଞ୍ଜନ ଦାଶ, ଆଲୋକ ଜେନାଙ୍କ ସହ ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ |


No Result
View All Result