No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ନଭେମ୍ବର ସୋମବାର ) ବରଗଡ :- କେରମ ର ବିଶ୍ଵ ଚାମ୍ପିଅନ ପ୍ରଶାନ୍ତ ମୋରେ ଙ୍କୁ ସାକ୍ଷାତ କରିବା ଓ କେରମ ଖେଳର ପ୍ରଚାର ପ୍ରସାର ନିମନ୍ତେ ତଥା ସେଭ ଫୁଏଲ, ଗୋ ଗ୍ରୀନ, ବି ହେଲଦି ସ୍ଲୋଗାନ ନେଇ ଏକ ସାଇକେଲ ଶୋଭାଯାତ୍ରା ଦଳ ସୁଦୂର କଲିକତା ରୁ ” ଦି ଥାର୍ଟଟିନ ହନ୍ରେଡ ମାଇଲ ” ଥିମ ନେଇ କେରମ୍ ପ୍ରମୋସନାଲ ସାଇକେଲ ଶୋଭାଯାତ୍ରା ବମ୍ବେ ଅଭିମୁଖେ ବାହାରି ଆଜି ସନ୍ଧ୍ୟା ରେ ବରଗଡ ରେ ପହଂଚିଛନ୍ତି ।
ଏକ ମାସ ମଧ୍ୟରେ ଏହି ଶୋଭାଯାତ୍ରା କୁ ସମ୍ପୂର୍ଣ କରିବା ଲକ୍ଷ୍ୟ ନେଇ ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଚଲିତ ମାସ ୧୪ ତାରିଖ ରୁ କଲିକତା ରୁ ବାହାରି ଆସନ୍ତା ମାସ ୧୪ ତାରିଖ ମଧ୍ୟରେ ସମାପ୍ତ ହେବ । ଏହି ପ୍ରତିନିଧି ମଣ୍ଡଳୀ ନିଜର ଗନ୍ତବ୍ୟ ବାଟରେ ବିଭିନ୍ନ ସହରରେ କେରମ ଖେଳ କୁ ଘରେ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଚାର ପ୍ରସାର କରିବା, ସାଇକେଲ ଚଳାଇ ଇନ୍ଧନ ବଞ୍ଚାଇବା, ବୃକ୍ଷ ରୋପଣ କରି ସବୁଜିମା ବଢାଇ ପରିବେଶ କୁ ସୁରକ୍ଷିତ ରଖିବା ଆଦି ସଚେତନତା ବାର୍ତ୍ତା ଜନ ସାଧାରଣ ଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ।
ଏହି ଦୁଇ ଜଣିଆ ପ୍ରତିନିଧି ମଣ୍ଡଳୀ ର ଦେବର ମଣ୍ଡଳ ଓ ଅଗ୍ନି ବାଗ ଆଜି ବରଗଡ ଠାରେ ପହଞ୍ଚିବା ପରେ ସେମାନଙ୍କୁ ବରଗଡ ର କେରମ୍ ଖେଳାଳୀ ଓ ନେହେରୁ କ୍ଲବ ର ସଦସ୍ୟ ମାନେ ସ୍ଵାଗତ କରିଥିଲେ । ଉଭୟଙ୍କୁ ସମୀର ସାହୁ, ରାଜକିଶୋର ସାହୁ,କେନେଡି ରାଜ,ଅମିୟ ଶର୍ମା ପ୍ରମୁଖ ସ୍ଵାଗତ କରିଥିଲେ । ସେମାନେ ଆସନ୍ତା ସକାଳେ ତାଙ୍କ ର ଗସ୍ତ ପୁଣି ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ।
No Result
View All Result