No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ନଭେମ୍ବର ସୋମବାର) ମାହାଙ୍ଗା :- ଗରିବଙ୍କୁ ମାଗଣାରେ ଉଜ୍ବଳା ଗ୍ୟାସ ସଂଯୋଗ ଦେଇ ବାହାବା ନେଉଥିବା କେନ୍ଦ୍ର ସରକାର ଏବେ ରିହାତି ବନ୍ଦ କରିବାସହ ରୋଷେଇ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ ଆଜି କଟକ ଜିଲ୍ଲା ମାହାଙ୍ଗାରେ ତାତିଛନ୍ତି ବିଜୁ ଜନତା ଦଳର ଯୁବ, ଛାତ୍ର ଓ ମହିଳା , ଏହାକୁ ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷୋଭ ପ୍ରଦର୍ଶନ କରା ଯାଇଛି ।
ଯୁବ ବିଜେଡି ସଭାପତି ଶରତ ମହାପାତ୍ର ଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତାମାନେ କୁଆଁପାଳ ସ୍ଥିତ ତାରିଣୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ କେନ୍ଦ୍ର ବିରୋଧୀ ନାରା ଦେଇ ମାହାଙ୍ଗା ବ୍ଳକ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ଓ ରୋଷେଇ ଗ୍ୟାସ ଦର ବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବର୍ଷକରେ ଗ୍ୟାସ୍ ଦର ୭୦ ପ୍ରତିଶତ ବୃଦ୍ଧି କରାଯାଇ ଗରିବଙ୍କୁ ଶୋଷଣ କରାଯାଉଥିବାରୁ ତୁରନ୍ତ ମୂଲ୍ୟ ହ୍ରାସ କରିବାକୁ ରାଷ୍ଟ୍ରପତି ଙ୍କ ଉଦ୍ୟେସରେ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ, ରୋଷେଇ ଗ୍ୟାସ ଦର ହ୍ରାସ ନହେବାଯାଏ ବିଜେଡି ଏହିପରି ଆନ୍ଦୋଳନ ଚାଲୁରଖିବ ବୋଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସୁସ୍ମିତା ଦାସ କହିଛନ୍ତି
No Result
View All Result