ସୋମବାର ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଶୁଭାରମ୍ଭ କରିବେ

ଓଡ଼ିଶା ତାଜା ନ୍ୟୁଜ୍ (୨୦ନଭେମ୍ବର ଶନିବାର) କନ୍ଧମାଳ :- ସୋମବାର ଦିନ କନ୍ଧମାଳ ବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲତ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ,ରାଜ୍ୟ ସରକାରଙ୍କ ଏହି ଭଳି ପ୍ରୟାସ ଯୋଗୁଁ ଗରିବ ଲୋକେ ଅର୍ଥାଭାବରୁ ଚିକିତ୍ସା କରାଇ ନ ପାରିବାର ଭୟ ଦୁର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଏବେ ଗରିବଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇପାରିଛି । ଏହା ସହିତ ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସୋମବାର ହେଲିକେପ୍ଟର ଯୋଗେ ପୂର୍ବାହ୍ନ ୧୧ଟା ବେଳେ ଆସି ଫୁଲବାଣୀ ସ୍ଥିତ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ।

ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ସହ କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହେଲତ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ l ଏହି ଯୋଜନାରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ଓ ୩ଟି ପୌରାଞ୍ଚଳରେ ୧ ଲକ୍ଷ ୬୫ ହଜାର ୯୭ ଜଣ ହିତାଧିକାରୀ ସ୍ମାର୍ଟ ସ୍ୱାସ୍ଥ୍ୟସେବା ପାଇବେ । ଯେଉଁଥିରେ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚର ସୁବିଧା ରହିଛି । ଦେଶର ୨ ଶହ ବଡ ବଡ ବଛା ବଛା ହସପିଟାଲ ରେଏହି ସ୍ମାଟ ହେଲତକାର୍ଡ ମାଧ୍ୟମରେ ଚିକିତ୍ସା ସେବା ପାଇ ପାରିବେ ଗରୀବ ଲୋକେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କର । ଯିବ ବୋଲି କୁହାଯିବା ପରେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ ବୋଲି ପୋଲିସ ଅଧିକାରୀ କହିଛିନ୍ତି । ମୁଖ୍ୟମନ୍ତ୍ରୀଙ୍କ କIର୍ଯ୍ୟକ୍ରମରେ ମାତ୍ର ୨୫୦ ଜଣ ହିତାଧିକାରୀ ଙ୍କୁ ସ୍ମାର୍ଟ ହେଲତ କାର୍ଡ ବଣ୍ଟନ କରାଯିବ I ମୁଖ୍ୟମନ୍ତ୍ରୀ କେବଳ ୮/୧୦ ଜଣଙ୍କୁ ପ୍ରଦାନ କରିବାବେଳେ ବାକି ଉପସ୍ଥିତ ମନ୍ତ୍ରୀ, ଓ ସାଂସଦମାନେ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୨୦ ପ୍ଲାଟୁନ ପୋଲିସ ସମେତ ଅତିରିକ୍ତ ଏସପି, ଡିଏସପି ,ଆଇଆଇସି,ଏସଆଇ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ସମଗ୍ର କନ୍ଧମାଳ ଜିଲ୍ଲାର ୬ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ମୁହଁରେ ହସ ଫୁଟାଇଵ ।