No Result
View All Result
ରଣପୁରରେ ବଢୁଛି ଆଶାୟୀଙ୍କ ତାଲିକା : ବିଜେଡି ଏବଂ ବିଜେପି,କଂଗ୍ରେସ ବ୍ଳକର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ଜିଲା ପରିଷଦ ,ସମିତି ସଭ୍ୟ, ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ଏବେଠାରୁ ପ୍ରସ୍ତୁତି ଚଳାଇଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଶୁକ୍ରବାର ) ରଣପୁର :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣର ଚୂଡାନ୍ତ ତାଳିକା ପ୍ରକାଶ ପାଇବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ ହେବାରେ ଲାଗିଛି ରାଜନୈତିକ ବାତାବରଣ, ରଣପୁରରେ ବଢୁଛି ଆଶାୟୀଙ୍କ ତାଲିକା ବ୍ଳକର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ଜିଲା ପରିଷଦ ,ସମିତି ସଭ୍ୟ, ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ଏବେଠାରୁ ପ୍ରସ୍ତୁତି ଚଳାଇଛନ୍ତି । ଜିଲା ପରିଷଦ ସଭ୍ୟରେ ପ୍ରାର୍ଥୀ ହେବା ପାଇଁ ବିଜେଡି ଏବଂ ବିଜେପିରେ ଆଶାୟୀଙ୍କ ଲମ୍ବା ତାଳିକା ବଢୁଛି । ତେବେ କଂଗ୍ରେସ ଦଳରେ କିଏ ପ୍ରାର୍ଥୀ ହେବ ତାହାଜଣା ପଡୁନାହିଁ ।

ସମିତି ସଭ୍ୟ ପଦ ପାଇଁ ପ୍ରତି ପଞ୍ଚାୟତରେ ବିଜେଡି ଏବଂ ବିଜେପି ଦଳରୁ ଏକାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା ପାଇଁ ଅଣ୍ଟା ଭିଡୁଥିବା ଜଣାପଡିଛି । ବିଜେଡି ଏବଂ ବିଜେପି ଦଳରୁ ଟିକେଟ୍ ପାଇବାକୁ ଆଶାୟୀ ପ୍ରାର୍ଥୀମାନେ ଉଦ୍ୟମ ଜାରି ରଖିଛନ୍ତି । ବିଜେପି ଅପେକ୍ଷା ରଣପୁରବ୍ଳକରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ବେଶୀ ଜଣଉାପଡୁଛି । କଂଗ୍ରେସ ଆଶାୟୀ ପ୍ରାର୍ଥୀ ନିରବ ରହୁ ଥିବାରୁ ଜିଲା ପରିଷଦ ଏବଂ ବ୍ଳକରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଏଥର ବିଜେଡି ବିଜେପି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ଅନୁମାନ କରାଯାଉଛି ।
କଂଗ୍ରେସ ଏବଂ କମ୍ୟୁନିଷ୍ଟ ମଧ୍ୟରେ ମେଣ୍ଟହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଆଲୋଚନା ଚାଲିଥିବା ଚର୍ଚ୍ଚା ହେଉଥିବାରୁ ନିର୍ବାଚନ ଗଣିତ ଓଲଟପାଳଟ ତଥା ଜଟିଳ ହୋଇ ଏହା ନିର୍ଣାୟକ ଭୂମିକା ଗ୍ରହଣ କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ରଣପୁର ବ୍ଳକର ଓ ରାଜନୈତିକ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

No Result
View All Result