• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ – ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

Proprietor Abhimanyu Maharana by Proprietor Abhimanyu Maharana
November 19, 2021
in ଓଡ଼ିଶା, କଟକ, ରାଜନୀତି, ହୋମ୍
0
କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ – ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଲମ୍ବା ସମୟର ଶାସନରେ ମୁଖ୍ୟମନ୍ତ୍ରୀ ଅନେକ ଘଟଣା କିମ୍ବା ଦୁର୍ନୀତି ମାମଲାରେ ନୈତିକତା ଆଧାରରେ ନିଜ ଦଳର ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଥିବା ବେଳେ ରାଜ୍ୟରେ ଜଣେ ଦଳିତ ଝିଅର ମୃତ୍ୟୁ ମାମଲାରେ ସମ୍ପୃକ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଭିଯୋଗ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଅନେକ ଦିନ ଚୁପ ରହିବା ତଥା ଏହି ପ୍ରସଙ୍ଗରେ ତାଙ୍କର ନୈତିକତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମମିତା ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ରାଜନୈତିକ ବକ୍ତବ୍ୟ ଅଗଣତାନ୍ତ୍ରିକ ଓ ସମ୍ବେଦନହୀନ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ୱର ଠାରେ ଦଳ ପକ୍ଷରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସଞ୍ଜୀବ ସାହୁଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଲାଲ୍ ବାହାଦୁର ଶାସ୍ତ୍ରୀ ରେଳ ଦୁର୍ଘଟଣା ପରେ ନୈତିକତାର ଚାପରେ ଇସ୍ତଫା ଦେଇଥିଲେ । ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ହାୱାଲା କେସରେ ନୈତିକତା ଦୃଷ୍ଟିରୁ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ ।

ଭାରତୀୟ ରାଜନୀତିରେ ନୈତିକତା ଓ ମୂଲ୍ୟବୋଧ ଅନେକ ଦଳରେ ଦେଖାଯାଇଛି । ମାତ୍ର ଆଜି ମୁଖ୍ୟମନ୍ତ୍ରୀ ଅନେକ ଘଟଣାରେ ନୈତିକତା ଆଧାରରେ ନିଜ ଦଳର ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟରେ ଜଣେ ଦଳିତ ଝିଅର ମୃତ୍ୟୁ ମାମଲାରେ ସମ୍ପୃକ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ଅଭିଯୋଗ ଥାଇ ମଧ୍ୟ ତାଙ୍କର ନୈତିକତା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ପୀଡ଼ିତା ମମିତାର ବାପା ମାଆଙ୍କୁ ଲଗାଇ ପ୍ରାୟୋଜିତ କେସ ହାଇକୋର୍ଟରେ କରିଛନ୍ତି । ୯୦ ଦିନର ସୀମା ସରିନଥିବା ତଥା ଚାର୍ଜସିଟ୍ ଦାଖଲ ହୋଇନଥିଲା ବେଳେ ତ୍ୱରିତ ଶୁଣାଣି ପାଇଁ ଅପିଲ ହେବା ହାସ୍ୟାସ୍ପଦ ।

ମୁଖ୍ୟମନ୍ତ୍ରୀଙ୍କୁ କେଉଁ କଥା ଡ଼ରାଉଛି । ୧୬୪ ଧାରା ଅନୁସାରେ ମାନ୍ୟବର ମାଜିଷ୍ଟେଟଙ୍କ ଆଗରେ ପୀଡ଼ିତାର ବାପା ମାଙ୍କ ବୟାନ କାହିଁକି କରାଗଲା ନାହିଁ? ଘଟଣାରେ ଅନେକ ଦିନ ମୁଖ୍ୟମନ୍ତ୍ରୀ ଚୁପ୍ ରହିଲେ । ପୀଡ଼ିତାର ବାପା ମାଆ ଏଇଆଇଆର ଲେଖିବା ପାଇଁ ଥାନା ଥାନା ବୁଲିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ମନ୍ତ୍ରୀ ସଂଶ୍ଳିଷ୍ଟ ହୋଇନପାରନ୍ତି । କିନ୍ତୁ ଦୀର୍ଘ ୨୦ ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ମନ୍ତ୍ରୀଙ୍କୁ ଦୁର୍ନିତୀ ଓ ନୈତିକତାର ଦ୍ୱାହୀ ଦେଇ ଇସ୍ତଫା ଦେଇଛନ୍ତି ତା’ହେଲେ ସେମାନେ କଣ କାଠଗଡାରେ ଦୋଷୀ ହୋଇଗଲେଣି ? ସେମାନଙ୍କର ନୈତିକତା ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଲୋକର ନୈତିକତା କଣ ଭିନ୍ନ ଭିନ୍ନ ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଣତାନ୍ତ୍ରିକ ଏବଂ ସମ୍ବେଦନହୀନ ରାଜନୈତିକ ବକ୍ତବ୍ୟ ଦିଆଯାଉଛି । ବିରୋଧୀ ଦଳମାନେ ପୀଡ଼ିତାର ମୃତ୍ୟୁକୁ ନେଇ ହୀନ ରାଜନୀତି କରୁଥିବା ଭଳି ସରକାରୀ ଦଳ ପକ୍ଷରୁ ମନ୍ତବ୍ୟ ଦିଆଯାଉଛି । ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟରେ ବିଜେଡ଼ି-ବିଜେପି ମେଂଟ ସରକାର ଥିବାବେଳେ କିଏ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କୁ ଆଠଗଡ଼ ନେଇ ଯାଇଥିଲା? ଦୁଇ ହଜାର ମସିହାର ନିର୍ବାଚନ ସଭା ଆଠଗଡ଼ରେ କେଉଁ ପ୍ରସଙ୍ଗ ଉପରେ ହୋଇଥିଲା ?

ଅଞ୍ଜନା ମିଶ୍ର ପ୍ରସଙ୍ଗରେ ହୋଇଥିଲା ନା ନାହିଁ? ସେତେବେଳେ ପ୍ରଶ୍ନ ଯଦି ସମ୍ବେଦନଶୀଳ ଥିଲା ତେବେ ଆଜି ଓଡ଼ିଆ ଝିଅର ଇଜ୍ଜତକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇବେ ତେବେ ତାହାକୁ ହୀନ ରାଜନୀତି କିଭଳି କୁହାଯିବ? ଓଡ଼ିଆ ଲୋକ ଭରସା କରି ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଛନ୍ତି । କିନ୍ତୁ ଯଦି ସେହି ଦମ୍ଭରେ ପ୍ରଶ୍ନ ପଚାରିବାକୁ ଆଉ କାହାର ଅଧିକାର ନାହିଁ ବୋଲି ଭାବିବା ଠିକ୍ ନୁହେଁ । ଅହଙ୍କାର ରାବଣର ବି ଥିଲା ଦୁର୍ଯ୍ୟୋଧନର ବି ଥିଲା, ଆପଣଙ୍କର ବି ଅଛି ।

ଏଥିରେ ଅସହମତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି । ଓଡ଼ିଶାକୁ ଅଧିକ ଟିକା ଦେବା କିମ୍ବା ଜନଜାତି ଅଂଚଳର ବିକାଶ ପାଇଁ ଡ଼ିଏମଏଫ ତଥା ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା, କରୋନା ସମୟରେ ଗରିବଙ୍କୁ ସାହାଯ୍ୟ, ମହିଳା, ଚାଷୀ ଓ ଦଳିତଙ୍କ ସ୍ୱାର୍ଥରେ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସାମଗ୍ରିକ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ଓ ତତ୍ୱକୁ ଘରେ ଘରେ ପହଁଚାଇବା ପାଇଁ ଶ୍ରୀ ପ୍ରଧାନ ଦଳୀୟ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିପରି ଦଳରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସଞ୍ଜୀବ ସାହୁଙ୍କ ଭଳି ରାଜନୈତିକ ଅନୁଭବୀ ଲୋକ ଓ ଶତାଧିକ ସମର୍ଥକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃତିତ୍ୱ ଓ ନେତୃତ୍ୱକୁ ସ୍ୱୀକାର କରି ବିଜେପିରେ ମିଶିଥିବାରୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଦଳରେ ମିଶିଥିବା ନୂତନ ଅନୁଭବୀ ନେତା ଓ କାର୍ଯ୍ୟକର୍ତାଙ୍କ ଉପସ୍ଥିତି ଅନୁଗୋଳ ସମେତ ଓଡ଼ିଶା ସଂଗଠନକୁ ସୁଦୃଢ଼ କରିବା ସହ ଅଧିକରୁ ଅଧିକ ଜନତାଙ୍କ ଆସ୍ଥାଭାଜନ ହେବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀଜୀଙ୍କ ନେତୃତ୍ୱରେ ରାଜ୍ୟର ପ୍ରତିଟି ବୁଥ ସ୍ତରରେ ଆମ ଦଳର ସଂଗଠନକୁ ମଜଭୂତ କରିବା ପାଇଁ ବିଜେପି କଟିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version