କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ କୋରାଇ ବିଭିନ୍ନ ଶିବମନ୍ଦିରରେ ଭକ୍ତଙ୍କ ସମାଗମ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଶୁକ୍ରବାରକୋରାଇ :- ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରରେ ଶୁକ୍ରବାର ପ୍ରତ୍ୟୁଷ ଚଳଚଂଳ ହୋଇପଡିଥିଲା କୋରାଇ ଅଂଚଳରେ ଥିବା ବିଭିନ୍ନ ଶିବମନ୍ଦିର । ପ୍ରତ୍ୟୁଷ ପ୍ରତ୍ୟେକ ହିନ୍ଦୁ ପରିବାର ସମସ୍ତେ ଉଠି ଆ-କା- ମା ବୈ/ପାନଗୁଆ ଥୋଇ, ପାନ ଗୁଆ ତୋର/ ମାସକ ଧରମ ମୋର କହି ପବିତ୍ର ନଦୀ ଓ ଗାଁ ପୁଷ୍ପକରଣୀରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବରେ ଲାଗିପଡିଥିଲେ ।

ପରେ ପୁରପଲ୍ଲୀର ସମସ୍ତ ଶିବ ମନ୍ଦିରରେ କରୋନା କଟକଣା ଅନୁଯାୟୀ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା । କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତର ତାଳଗଡିଆ ସ୍ଥିତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ବେଳେ କୟାଁ-ଖଇରା- ତାଳଗଡିଆର ତ୍ରିକୋଣୀ ଛକର ତ୍ରୈଲୋକଶ୍ୱରଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା । ହିନ୍ଦୁମାନଙ୍କ ମତରେ ମାସ ମଧ୍ୟରେ ଶ୍ରେଷ୍ଠ କାର୍ତିକ ମାସ ଓ ଓଷା ମଧ୍ୟରେ ଶ୍ରେଷ୍ଠ ଓଷା ବଡ ଓଷା ।

ଏହି ଅବସରରେ ବ୍ରତଧାରୀ ବଡଓଷା ପାଳନ କରିଛନ୍ତି । ସେହିପରି କୋରାଇ ଆଂଚଳର ତୁଳତୀ, ରଙ୍ଗିଆଟିକରି, ଓଚିନ୍ଦା, ଧନେଶ୍ୱର, ଧନପୁର, ଶଙ୍ଖଚିଲା, ତରାପୁର, ତାହାରପୁର, ପିମ୍ପଲ, ଜହ୍ନା, ବଡବିରୁଆଁ, ପ୍ରମୁଖ ଶିବ ମନ୍ଦିର ଗୁଡିକରେ ଭକ୍ତମାନେ କରୋନା କଟକଣା କ୍ରମେ ସାମିଲ ହୋଇଥିଲେ ।