No Result
View All Result
ଆୟ ବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଆଜି କଟକ ଭିଜିଲାନ୍ସ ଟିମ ରଣପୁର ରେ ରେଡ୍ କରି ଜଣେ ସହକାରୀ ନିର୍ବାହି ଯନ୍ତ୍ରୀ କୁ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ଗୁରୁବାର) ରଣପୁର :- ଆୟ ବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଆଜି କଟକ ଭିଜିଲାନ୍ସ ଟିମ ରଣପୁର ରେ ରେଡ୍ କରି ଜଣେ ସହକାରୀ ନିର୍ବାହି ଯନ୍ତ୍ରୀ କୁ ଗିରଫ କରିଥିବା ଜଣାଯାଇଛି । ଖବର ନେବାରୁ ଜଣାଯାଏ ରଣପୁର ଗ୍ରାମ୍ୟଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା କୁଆଡେ କଟକ ଭିଜିଲାନ୍ସ ପାଖେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ ଚଳଚଂଳ ହୋଇପଡିଥିଲା । ନିର୍ବାହି ଯନ୍ତ୍ରୀ ଶ୍ରୀ ବରାଳ ପ୍ରାୟତଃ ଏହି ଅଫିସ ଉପର ମହଲା ରେ ରାତିରି ଯାପନ କରନ୍ତି । କଟକ ରୁ ଆସିଥିବା ଭିଜିଲାନ୍ସ ଟିମ ଆତକ୍ରିତ ଭାବେ ଚଢାଉ ଆରମ୍ଭ କରିଥିଲେ । କଟକ ଦୁର୍ନିତୀ ନିବାରଣ ବିଭାଗ ଏକ ୫ ଜଣିଆ ଦଳ ଚଢାଉ ରେ ସାମିଲ ହୋଇଥିଲେ ।
୪ ଘଟାଂ ଧରି ଗ୍ରାମ୍ୟଉନ୍ନୟନ କାର୍ଯ୍ୟଳୟ ରେ ଚଢାଉ ଚାଲିଥିଲା । ଏହି ଚଢାଉ କାର୍ଯ୍ୟାଳୟ ରେ ଶ୍ରୀ ବରାଳ ଙ୍କ ମୋବାଇଲି , ଲ୍ୟାପ୍ଟପ୍ ଓ ଳକ୍ଷାଧିକ ଟଙ୍କା ଜବତ କରିଥିବା ଜଣାପଡିଛି । ରଣପୁର କାର୍ଯ୍ୟଳ୍ୟ ପରେ ଜେଲ ଛକ ରେ ଥିବା କାର୍ଯ୍ୟାଳୟ କୁ ନେଇ ଚଢାଉ କରାଯାଇଥିଲା । ପରେ ଭିଜିଲାନ୍ସ ଭୂବନେଶ୍ୱର ନେଇଯାଇଥିବା ଜଣାଯାଇଛି ।

No Result
View All Result