No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) ନୟାଗଡ଼ :- ବିଭିନ୍ନ ସେବା ଅନୁଷ୍ଠାନ ଓ ନୟାଗଡ଼ର ବହୁ ବଦାନ୍ଯ ବ୍ଯକ୍ତି ମାନଙ୍କ ସାହାଯ୍ୟ ସହଯୋଗରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ । ଗରିବ, ଦୁଃସ୍ଥ, ନିଷ୍ପେଷିତ, ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏହା ଏକ ତପୋବନ । ପବିତ୍ର କାର୍ତ୍ତିକ ମାସ ପଞ୍ଚୁକରେ ବ୍ରଜ ଗୋପିକା ସେବା ମିଶନ, ନୟାଗଡ଼ ଶାଖା ତରଫରୁ

ଆଜି ସମର୍ପଣ ଗୃହରେ ବିଶ୍ବ ୫ମ ମୂଳ ଜଗଦଗୁରୁ ୧୦୦୮ ସ୍ବାମୀ ଶ୍ରୀ କୃପାଳୁଜୀ ମହାରାଜାଙ୍କ ୮ମ ତମ ମହାପ୍ରୟାଣ ଦିବସ ପାଳନ ଉପଲକ୍ଷେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଦାନକରାଯିବା ସହିତ ପ୍ରସାଦ ବିତରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ଉପସ୍ଥିତି ଥିଲେ । ଏହି ମହନୀୟ କାର୍ଯ୍ୟ ପାଇଁ ସମର୍ପଣ ତରଫରୁ ସମସ୍ତ ବ୍ରଜ ଗୋପିକା ସେବା ମିଶନ ର କାର୍ଯ୍ଯକର୍ତ୍ତା ମାନଙ୍କୁ ଧନ୍ଯବାଦ ପ୍ରଦାନ କରାଯାଇଛି ।


No Result
View All Result