ଆଇଆଇଏଫ୍‌ଏଲ୍ ଫାଇନାନ୍ସ ହ୍ୱାଟସ୍‌ଆପ୍‌ ଋଣରେ ଏବେ ରିଜର୍ଭ ବ୍ୟାଙ୍କ୍‌ର “ଆକାଉଂଟ୍‌ ଏଗ୍ରିଗେଟର୍‌’ ସେବା

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) ଭୁବନେଶ୍ୱର :- ଭାରତର ଅନ୍ୟତମ ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଆଇଆଇଏଫ୍‌ଏଲ୍ ଫାଇନାନ୍ସ ଏହାର ହ୍ୱାଟସ୍‌ଆପ୍ ନମ୍ବର (୯୦୧୯୭୦୨୧୮୪) ରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଆକାଉଂଟ୍‌ ଏଗ୍ରିଗେଟର୍ ସେବା ଆରମ୍ଭ କରାଯାଇଛି । ଏକ ମାସ ପୂର୍ବେ କଂପାନି ପକ୍ଷରୁ ପ୍ରଥମ ଥର ପାଇଁ ଭାରତରେ ହ୍ୱାଟସ୍‌ଆପ୍ ଜରିଆରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବା ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ମାସକ ଭିତରେ ହ୍ୱାଟସ୍‌ଆପ୍‌ରେ ୧୦୦,୦୦୦ରୁ ଅଧିକ ବ୍ୟବହାରକାରୀଙ୍କୁ ଋଣ ଦିଆଯାଇଛି । ଏବେ ଆଇଆଇଏଫ୍‌ଏଲ୍ ଫାଇନାନ୍ସର ବ୍ୟବହାରକାରୀମାନେ ରିଜର୍ଭ ବ୍ୟାଙ୍କ୍‌ର ଆକାଉଂଟ୍ ଏଗ୍ରିଗେଟର୍ ଜରିଆରେ ସେମାନଙ୍କ ବ୍ୟାଙ୍କ୍‌ ବିବରଣୀକୁ ଭେରିଫାଏ କରିପାରିବେ । ୬୦ ଲକ୍ଷରୁ ଅଧିକ ଗ୍ରାହକ ଥିବା ପ୍ରଥମ ଏନ୍‌ବିଏଫ୍‌ସି ଭାବେ ଆଇଆଇଏଫ୍‌ଏଲ୍ ଏହି ମାଇଲଖୁଂଟରେ ପହଂଚିଛି । ଆକାଉଂଟ୍ ଏଗ୍ରିଗେଟର୍‌ ମାନେ ହେଉଛନ୍ତି ସେଭଳି ସଂସ୍ଥା ଯେଉଁମାନେ ଗୋଟିଏ ସଂସ୍ଥାର ବ୍ୟବହାରକାରୀ ମାନଙ୍କ ଆର୍ଥିକ ବିବରଣୀ ସଂଗ୍ରହ କରି ତାହାକୁ ଅନ୍ୟ ସଂସ୍ଥା ସହ ବାଂଟିଥାନ୍ତି ।

ଆକାଉଂଟ୍‌ ଏଗ୍ରିଗେଟର୍‌ମାନଙ୍କ ଜରିଆରେ ଆଇଆଇଏଫ୍‌ଏଲ୍ ଫାଇନାନ୍ସ ଅପହଂଚ ଅଂଚଳର ଲୋକମାନଙ୍କ ନିକଟରେ ପହଂଚିବାକୁ ଲକ୍ଷ୍ୟ ରଖିଛି । ପୁନଶ୍ଚ, ବ୍ୟବହାରକାରୀ ବିଶେଷ କରି ଏମ୍‌ଏସ୍‌ଏମ୍‌ଇ ମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ଲାଗି ହ୍ୱାଟସ୍‌ଆପ୍ ହେଉଛି ସବୁଠୁ ଶକ୍ତିଶାଳୀ ଉପକରଣ । ଶ୍ରୀଯୁକ୍ତ ସଂଜୀବ୍ ଶ୍ରୀବାସ୍ତବ୍‌, ଚିଫ୍ ରିସ୍କ ଅଫିସର, ଆଇଆଇଏଫ୍‌ଏଲ୍ ଫାଇନାନ୍ସ କହିଛନ୍ତି ଯେ, “ନିଜ ଘରେ ସହଜ ଓ ସୁରକ୍ଷିତ ରହି-୨୪ ଘଂଟା ଯେକୌଣସି ସମୟରେ ଆଇଆଇଏଫ୍‌ଏଲ୍ ଠାରୁ ସହଜ, ସୁରକ୍ଷିତ ଓ ସ୍ୱଚ୍ଛତାର ସହ ଋଣ ହାସଲ କରିବା ଲାଗି ବ୍ୟବସାୟୀମାନଙ୍କ ଲାଗି କାର୍ଯ୍ୟକୁ ହ୍ୱାଟସ୍‌ଆପ୍ ସହଜ କରିଛି । ଆବଂଟନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯାତ୍ରା ହ୍ୱାଟସ୍‌ଆପ୍‌ରେ ଶେଷ କରାଯାଉଛି ।’’ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମାନଙ୍କୁ ୧୦ ହଜାର ଟଙ୍କାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି । ସୁଧ ହାର ୧୧.୭୫%ରୁ ଆରମ୍ଭ ହୋଇଛି ଏବଂ ସର୍ବନିମ୍ନ ଅବଧି ହେଉଛି ୬ ମାସ । ଋଣ ୪୮ ମାସ ଲାଗି ପ୍ରଦାନ କରାଯିବ । କମ୍ କାଗଜପତ୍ରରେ ୧୦୦% ଡିଜିଟାଲ୍‌ ପ୍ରକ୍ରିୟାରେ ବ୍ୟବହାରକାରୀ ମାନେ ଆବେଦନ ପ୍ରକ୍ରିୟା ଶେଷ କରିପାରିବେ ।