ଶିଶୁ ଦିବସ ଅବସରରେ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ୫,୫୦୦ ପିଲାଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର ବୁଧବାର) ଭୁବନେଶ୍ୱର :- ଶିଶୁ ଦିବସ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚଏମଏସଆଇ) ପକ୍ଷରୁ ସାରା ଦେଶରେ ଯୁବ ସଡ଼କ ବ୍ୟବହାରକାରୀଙ୍କ ପାଇଁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯାଇଛି । ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ବିଶ୍ୱାସ କରୁଥିବା ଏଚଏମଏସଆଇ ପକ୍ଷରୁ ଏହି ଅବସରରେ ବି ସେଫ୍‌, ବି ସ୍ମାର୍ଟ ଅଭିଯାନ ଶୁଭାରମ୍ଭ କରାଯାଇଥିଲା । ଏହା ହେଉଛି ଦେଶର ଭବିଷ୍ୟତମାନଙ୍କ ଲାଗି ଏକ ଦେଶବ୍ୟାପୀ ସଡ଼କ ସୁରକ୍ଷା ଅଭିଯାନ । କୌତୁକପୂର୍ଣ୍ଣ ଶିକ୍ଷଣୀୟ ଅଭିଯାନରେ ୬-୧୫ ବର୍ଷ ବୟସର ୫୫୦୦ରୁ ଅଧିକ ପିଲାଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଯାଇଛି । ଦେଶର ୧୯ଟି ସହର ଓ ନଗରର ୪୨ରୁ ଅଧିକ ସ୍କୁଲରେ ପହଂଚି ହୋଣ୍ଡାର ପ୍ରଶିକ୍ଷକ  ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ସ୍କୁଲ ଭିତିକ କାର୍ଯ୍ୟକ୍ରମ ଓ ଡିଜିଟାଲ୍‌ ଅଭିଯାନ ଇ-ଗୁରୁକୂଳ ଜରିଆରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ବରିଷ୍ଠ ଉପସଭାପତି-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ, “ଶିଶୁମାନେ ହେଉଛନ୍ତି ପ୍ରକୃତ ଦୃଢ଼ତା ଓ ସମାଜର ମୂଳଦୁଆ । ଆଜିର ଯୁବ ଚାମ୍ପିଆନ୍‌ ମାନେ କେବଳ ସଡ଼କ ବ୍ୟବହାରକାରୀ ନୁହନ୍ତି ବରଂ ଭବିଷ୍ୟତର ଦୁଇଚକିଆ ଚାଳକ ।

ସ୍କୁଲରୁ ବହୁ ସଂଖ୍ୟାରେ ଆସିଥିବା ଅଂଶଗ୍ରହଣକାରୀମାନଙ୍କୁ ନେଇ ଆମେ ରୋମାଂଚିତ । ସେମାନଙ୍କର ଉତ୍ସାହ ସମସ୍ତଙ୍କ ପାଇଁ ସଡ଼କକୁ ସୁରକ୍ଷିତ ରଖିବାର ସକାରାତ୍ମାକ ଭାବକୁ ପ୍ରତିଫଳିତ କରୁଛି । ଏକ କଂପାନି ଭାବେ ଆମେ “ସମସ୍ତଙ୍କ ପାଇଁ ସୁରକ୍ଷା’ ଲାଗି ଉଦ୍ୟମ କରୁଛୁ ଏବଂ ସମସ୍ତଙ୍କ ପାଇଁ ଭବିଷ୍ୟତରେ ଆହୁରି ଅଧିକ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବା ଜାରି ରଖିବୁ ।’’ ବି ସ୍ମାର୍ଟ ଓ ବି ସେଫ୍ ଅଭିଯାନ ଜରିଆରେ ପିଲାମାନଙ୍କୁ ଟ୍ରାଫିକ୍ ଲାଇଟ୍ ଓ ସିଗ୍‌ନାଲ୍‌କୁ ବୁଝିବା, ସଡ଼କ ସୁରକ୍ଷା ସଙ୍କେତ ଓ ଚିହ୍ନଗୁଡ଼ିକ ବିଷୟରେ ସୂଚନା ଦେବା, ପଥଚାରୀଙ୍କ ସୁରକ୍ଷା ପାଇଁ ଟିପ୍‌ସ, ସଡ଼କକୁ ବ୍ୟବହାର କରିବାର ବ୍ୟବସ୍ଥା, ରାଇଡିଂ ଗିୟର ଓ ସିଟ୍ ବେଲ୍‌ଟ, , ସୁରକ୍ଷିତ ଭାବେ ସାଇକେଲ୍ ଚାଳନା, ସ୍କୁଲ ବସ୍‌ରେ ସୁରକ୍ଷିତ ଭାବେ ଯାତ୍ରା କରିବା ଓ ସଡ଼କରେ ଥିବା ବେଳେ କ’ଣ କରିବେ ଓ ନକରିବେ ସେ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ହୋଣ୍ଡା ମୋଟର ସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏହାର ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଧୀନରେ ସଡ଼କ ସୁରକ୍ଷା ଅଭିଯାନରେ ବର୍ତମାନ ସୁଦ୍ଧା ୪୧ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିସାରିଲାଣି । ସାରା ଦେଶରେ କଂପାନି ପୋଷ୍ୟ ଭାବେ ଗ୍ରହଣ କରିଥିବା ୧୦ ଟ୍ରାଫିକ୍ ଟ୍ରେନିଂ ପାର୍କ ଓ ୭ ସେଫ୍‌ଟି ଡ୍ରାଇଭିଂ ଏଜୁକେସନ ସେଂଟରରେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।