ଗଜପତି ଜିଲ୍ଲାରେ୪୩୧ଗୋଟି ବିଦ୍ୟାଳୟରେ ପ୍ରାୟ ୨ବର୍ଷ ପରେ ୬ଷ୍ଠ ଓ ୭ମ ଶ୍ରେଣୀରେ ଅଫଲାଇନ ପାଠ ପଢା ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ନଭେମ୍ବର , ମଙ୍ଗଳବାର ) ପାରଳାଖେମୁଣ୍ଡି :- ସରକାରଙ୍କ ଘୋଷାଣା ଓ ବିଜ୍ଞପ୍ତି ପ୍ରକାରେ ସାରା ରାଜ୍ୟରେ ୬ଷ୍ଠ ଓ ୭ମ ଶ୍ରେଣୀରେପାଠ ପଢ଼ା ଆରମ୍ଭ ହୋଇଥିବା ବେଳେ ପ୍ରାୟ ୨ବର୍ଷ ପରେ ସୋମବାର ଠାରୁ ଗଜପତି ଜିଲ୍ଲାରେ ମଧ୍ୟ ୪୩୧ଗୋଟି ବିଦ୍ୟାଳୟରେ ଏହି ଶ୍ରେଣୀରେ ଅଫଲାଇନ ପାଠପଢା ଆରମ୍ଭ ହୋଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିବା ଯୋଗୁଁ ସରକାର ଦୀର୍ଘ ପ୍ରାୟ ୨ବର୍ଷ ପରେ ଏଥିପାଇଁ ଗତକାଲିି ସୋମବାର ୧୫ ତାରିଖ ଠାରୁ ୬ଷ୍ଠ ଓ ୭ପ୍ତମ ଶ୍ରେଣୀର ଅଫଲାଇନ ପାଠପଢାର ବ୍ୟବସ୍ଥା କୋଭିଡ ମାର୍ଗଦର୍ଶିକା ଅନୁପାଳନ ପ୍ରକାରେ ଆରମ୍ଭ କରିଛନ୍ତି । ଗଜପତି ଜିଲ୍ଲାରେ ଅପର ପ୍ରାଇମେରୀ, ୟୁଜି ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ, ପ୍ରାଇଭେଟ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଜବହାର ନବୋଦୟ ବିଦ୍ୟାଳୟ, ଏକଲବ୍ୟ ମଡେଲ ଓ କଲ୍ୟାଣ ବିଭାଗ ସ୍କୁଲ ପ୍ରଭୃତି ଏଭଳି ମୋଟ ୪୩୧ଗୋଟି ବିଦ୍ୟାଳୟ ରହିଛି ।

ଏହି ବିଦ୍ୟାଳୟ ମାନଙ୍କରେ ୬ଷ୍ଠ ଓ ୭ପ୍ତମ ଶ୍ରେଣୀରେ ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଦେଶ, ରାଜ୍ୟ ଓ ଜିଲ୍ଲାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିଥିବା ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗତ ପ୍ରାୟ ୨ ବର୍ଷ ଧରି ସ୍କୁଲପାଠପଢା ବନ୍ଦ ରହିଥିଲା । ପାରଳାଖେମୁଣ୍ଡି ସହରରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବଦ୍ୟିାଳୟ, ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ, ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ସ୍କୁଲମାନଙ୍କରେ ୬ଷ୍ଠ ଓ ୭ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ କ୍ଲାସ ଆରମ୍ଭ ହୋଇଥିବା ଯୋଗୁଁ ପିଲାମାନେ ସରକାରଙ୍କ ଏହି ବ୍ୟବସ୍ଥା ପ୍ରତି ଅତ୍ୟନ୍ତ ଖୁସି ହୋଇ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ଏହି ଅବସରରେ ୨ ଜଣ ଛାତ୍ରୀ ଏନ.ହାରିକା ଓ ଲକ୍ଷ୍ମୀ ପଲାଇ ଏବଂ ଅନ୍ୟ ୨ଜଣ ଛାତ୍ର ଆଦିତ୍ୟ ବେହେରା ଓ ପପୁନ ମହାରଣା ସେମାନଙ୍କ ପ୍ରତିକ୍ରିୟାରେ ଆମର ଅଫଲାଇନ ପାଠପଢା ବ୍ୟବସ୍ଥା ହୋଇଥିବା ଯୋଗୁଁ ଆମେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । କୋଭିଡ ସମୟରେ ଆମେ ଅନଲାଇନରେ ପାଠ ପଢୁଥିଲୁ, ତେଣୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲୁ । ଏବେ ଅଫଲାଇନ ପାଠପଢାରେ ଆମେ ଶ୍ରେଣୀରେ ସିଧାସଳଖ ସାର ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଠାରୁ ପାଠପଢି ବେଶ ଉପକୃତ ହେବୁ ବୋଲି କହିଥିଲେ । ସ୍କୁଲକୁ ଆସି ପ୍ରବେଶ କରିବା ପୂର୍ବରୁ ପିଲାମାନଙ୍କୁ କୋଭିଡ ଗାଇଡଲାଇ ଅନୁପାଳନ ପୂର୍ବକ ଥର୍ମାଲ ସ୍କାନିଙ୍ଗ କରାଯିବା ସହ ହାତ ସାନିଟାଇଜ କରାଯାଇ ଆବଶ୍ୟକ ସ୍ଥଳେ ମାସ୍କ ଦିଆଯାଇ ଶ୍ରେଣୀକୁ ଛଡାଯାଉଥିବାର ଲକ୍ଷ୍ୟ କରାଯାଇଥିଲା ।