ରଣପୁର ବ୍ଲକର ୨୬ ଜଣ ଶିକ୍ଷକ/ଶିକ୍ଷୟତ୍ରୀ, ହାଇକୋର୍ଟଙ୍କ ଦ୍ଵାରସ୍ତ – ପୁରୁଣା ପେନସନ ଲାଗୁକର

ଓଡ଼ିଶା ତାଜା ନ୍ୟୁଜ୍ (୧୬ ନଭେମ୍ବର , ମଙ୍ଗଳବାର ) ରଣପୁର :- ଆମର ଦାବି ସରକାର ତୁମେ ମାନିନିଅ । ପୁରୁଣା ପେନସନ ଲାଗୁକର । ଆଜି ଏପରି ନାରା ଦେଇ ରଣପୁର ବ୍ଲକର ୨୬ ଜଣ ଶିକ୍ଷକ/ଶିକ୍ଷୟତ୍ରୀ, ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଛନ୍ତି । ପ୍ରଥମେ ନନ୍‌ଫର୍ମାଲ ତାପରେ ଇ.ଜି.ଏସ୍‌ ତାପରେ ଗଣଶିକ୍ଷକ ତାପରେ ଲେବୁଲ (ଭି) ସହକାରୀ ଶିକ୍ଷକ (ଏକ୍ସକ୍ୟାଡର) ହୋଇ ଦିର୍ଘ ୩୦ ବର୍ଷ ଧରି ଶିକ୍ଷାଦାନ କରୁଥିଲେ ମଧ୍ୟ , ସେମାନଙ୍କ ପାଇଁ ପୁରୁଣା ପେନସନର କିଛି ବ୍ୟବସ୍ଥା ନାହିଁ । ଯାହା ଫଳରେ ସେମାନେ ଅବସର ନେବାପରେ , କିପରି ଚଳିବେ , ତାହା ଭାବିଲା ବେଳକୁ ଅନ୍ଧକାର ଦେଖାଯାଉଛି । ଘୋର , ଅଭାବ ଅସୁବିଧା ସହ ସେମାନେ ଦିନ କାଟୁଛନ୍ତି ।

(ପୁରୁଣା ପେନସନ ଲାଗୁ କରିବା ପାଇଁ ବୈଠକ)

ଶିକ୍ଷାବିଦ୍ଭାଗରେ ୧୯୮୯ ମସିହା ଠାରୁ ଦିର୍ଘବର୍ଷଧରି , ଶିକ୍ଷାଦାନ କରୁଛନ୍ତି । ନନ୍‌ଫର୍ମାଲ ଠାରୁ ଏକ୍ସକ୍ଯଡର ଶିକ୍ଷକ ଥାଇ ମଧ୍ୟ କେତେକ ଶିକ୍ଷକ/ଶିକ୍ଷୟତ୍ରୀ ଅବସର ନେଇ ଖାଲି ହାତରେ ଘରକୁ ଫେରିଲେଣି । ତେଣୁ ରଣପୁର ବ୍ଲକର ନନଫର୍ମାଲଠାରୁ ଆଜିପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ଶିକ୍ଷକ/ଶିକ୍ଷୟତ୍ରୀ ଏକାଠି ହୋଇ,ପୁରୁଣା ପେନସନ ଲାଗୁ କରିବାପାଇଁ ଶ୍ରୀ ଶରତ କୁମାର ନାୟକଙ୍କ ନେତୃତ୍ଵରେ, ରଘୁନାଥ ସାହୁ, ପ୍ରଦିପ୍ତ ପ୍ରଧାନ , କେଳୁ ସାମନ୍ତ ରାୟ, ଅଞ୍ଜଳୀ ପ୍ରଧାନ, ସ୍ୱର୍ଣ୍ଣଲତା ମଙ୍ଗରାଜ , ଗାୟତ୍ରୀ ପ୍ରଧାନ, ଶୈଳବାଳା ପଲେଇ , ମିନାକ୍ଷି ଦେଇ ଓ ଉର୍ମିଳା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।