• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଏସ୍‌ବିଆଇ ଲାଇଫ୍ ପକ୍ଷରୁ ବିଶେଷ କରି କେନ୍ଦୁଝର ଜିଲ୍ଲାରେ ଶିଶୁମାନଙ୍କ ସାମଗ୍ରିକ ବିକାଶ ପ୍ରତି ସହାୟତା ନିମନ୍ତେ ପଦକ୍ଷେପ କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
November 16, 2021
in Uncategorized, ବାଣିଜ୍ୟ
0
ଡିସୌଜାସ୍ ସ୍କୁଲ  ଏବଂ ମଦର୍ସ ପବ୍ଲିକ ସ୍କୁଲ ମଧ୍ୟରେ ମିଳିତ ସହଭାଗିତାର ଘୋଷଣା
Share on FacebookShare on TwitterWhatsapp

ସ୍ଥାନୀୟ ଏନ୍‌ଜିଓ ସଦ୍‌ଭାବନା ସହ ହାତ ମିଳାଇଲା କଂପାନି ପକ୍ଷରୁ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ଦୁଇଟି ପ୍ରମୁଖ ପ୍ରକଳ୍ପ ଲାଗି ସହାୟତା ପ୍ରଦାନ କରାଯିବ । ‘ପ୍ରୟାସ’- ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ଲାଗି ଏକ ଆବାସିକ ସ୍କୁଲ୍ ଏବଂ ଗୋଷ୍ଟୀ ଭିତିକ ଥଇଥାନ କାର୍ଯ୍ୟକ୍ରମ (ସିବିଆର୍‌)-ଏକ ଗୃହ ଭିତିକ ଚିକିତ୍ସା ପଦକ୍ଷେପ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର , ସୋମବାର ) ଭୁବନେଶ୍ୱର :- ଭାରତର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଜୀବନ ବୀମା କଂପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ କେନ୍ଦ୍ରୁଝର ଜିଲ୍ଲାର ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ସଶକ୍ତ କରିବା ଭଳି ମହତ୍ କାର୍ଯ୍ୟ ହାତକୁ ନିଆଯାଇଛି । କଂପାନି ପକ୍ଷରୁ ଦୁଇଟି ପ୍ରମୁଖ ପ୍ରକଳ୍ପ-ପ୍ରୟାସ- ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ଲାଗି ଏକ ଆବାସିକ ସ୍କୁଲ୍ ଏବଂ ଗୋଷ୍ଟୀ ଭିତିକ ଥଇଥାନ କାର୍ଯ୍ୟକ୍ରମ (ସିବିଆର୍‌)-ଏକ ଗୃହ ଭିତିକ ଚିକିତ୍ସା ପଦକ୍ଷେପ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଏନ୍‌ଜିଓ ସଦ୍‌ଭାବନା ସହ ହାତ ମିଳାଯାଇଛି । ମାନସିକ ଓ ଶାରିରୀକ ଭିନ୍ନକ୍ଷମ ପିଲା ଓ କିଶୋରାବସ୍ଥାର ପିଲାମାନଙ୍କ ସାମଗ୍ରିକ ବିକାଶ ଲାଗି କଂପାନିର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ଏସ୍‌ବିଆଇ ଲାଇଫ୍ ପକ୍ଷରୁ ସଦ୍‌ଭାବନା ଏନ୍‌ଜିଓ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ୦-୧୮ ବର୍ଷର ପିଲାମାନଙ୍କୁ ମୌଳିକ ଶିକ୍ଷା, ଚିକିତ୍ସା ଏବଂ କାଉନ୍‌ସେଲିଂ ସହିତ ଅଭିଭାବକମାନଙ୍କ ଲାଗି ଅଧିବେଶନ ଆଦି ପ୍ରଦାନ କରାଯିବ । ଦୈନନ୍ଦୀନ କାର୍ଯ୍ୟ କରିବା ଭଳି ବିଷୟ ଆସିଲେ ସ୍ୱାଧୀନ ଜୀବନ ବଂଚିବା ଲାଗି ଏହା ପିଲାମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ । ଶ୍ରୀଯୁକ୍ତ ବିଦ୍ୟା କ୍ରିଷ୍ଣନ୍‌, ସିଜିଏମ୍‌, ଏସ୍‌ବିଆଇ ଭୁବନେଶ୍ୱର ସର୍କଲ୍‌ ଏବଂ ଅନ୍ୟ ସମ୍ମାନନୀୟ ଅତିଥିଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ଚଣ୍ଡି ପ୍ରସାଦ ପଟ୍ଟନାୟକ, ସମ୍ପାଦକ, ସଦ୍‌ଭାବନା ଏନଜିଓ, କେନ୍ଦୁଝରଙ୍କୁ ଶ୍ରୀଯୁକ୍ତ ଅମିତ୍‌ ଶାହା, ଆଂଚଳିକ ନିର୍ଦେଶକ-ଭୁବନେଶ୍ୱର ଅଂଚଳ, ଏସ୍‌ବିଆଇ ଲାଇଫ୍‌ ଇନ୍ସ୍ୟୁରାନ୍ସ ଚେକ୍ ହସ୍ତାନ୍ତର କରିଛନ୍ତି । ହିତାଧିକାରୀମାନଙ୍କ ଲାଗି ପ୍ରମୁଖ ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟକଳାପ ସବୁ ରହିବ: ‘ପ୍ରୟାସ’

 ପୁଷ୍ଟି: ପୋଷଣ ଆବଶ୍ୟକତା ପୂରଣ କରିବା ଲାଗି ହିତାଧିକାରୀମାନଙ୍କୁ ମାସିକ ଭିତିରେ ପୁଷ୍ଟି ଭିତିକ କିଟ୍ ପ୍ରଦାନ କରାଯିବ

 ଶିକ୍ଷା ସହାୟତା: ସ୍ୱତନ୍ତ୍ର ଶିକ୍ଷାଦାତାଙ୍କ ଦ୍ୱାରା ପ୍ରତି ଶିଶୁଙ୍କ ପାଇଁ ଏକ ବ୍ୟକ୍ତିଗତ ଶିକ୍ଷା ଯୋଜନା (ଆଇଇପି) ପ୍ରସ୍ତୁତ କରାଯିବ । ମୌଳିକ ଅକ୍ଷର, ସଂଖ୍ୟା ଆଦି ଶିଖାଇବା, ଗୀତ ସହିତ ଦୈନନ୍ଦୀନ ଜୀବନର କାର୍ଯ୍ୟକଳାପ (ଏଡିଏଲ୍‌) ଯଥା ପୋଷାକ ପିନ୍ଧିବା, ଖାଇବା, ପିଇବା ଇତ୍ୟାଦିର ଶିକ୍ଷା ଦିଆଯିବ । ମହାମାରୀ ସ୍ଥିତି ଯୋଗୁଁ ଏହି ଶିକ୍ଷା ପିଲାମାନଙ୍କ ଘରେ ପ୍ରଦାନ କରାଯାଉଛି ।

 ଚିକିତ୍ସା ସହାୟତା: ଜଟିଳ ଗଣ୍ଠି ସମସ୍ୟା ଥିବା ପିଲାମାନଙ୍କ ମାଂଶପେଶୀକୁ ଦୃଢ଼ତା ପ୍ରଦାନ କରିବା ଲାଗି ଫିଜିଓଥେରାପି ସହାୟତା ଦିଆଯିବ ଏବଂ କଥା କହିବା ଓ ଯୋଗାଯୋଗ ଦକ୍ଷତାରେ ଉନ୍ନତି ଆଣିବା ଲାଗି ପିଲାମାନଙ୍କୁ କଥା କହିବା ଚିକିତ୍ସା ପ୍ରଦାନ କରାଯିବ

 ସ୍ୱାସ୍ଥ୍ୟ ସେବା ଓ କାଉନ୍‌ସେଲିଂ: ଯେକୌଣସି ପ୍ରକାର ସ୍‌ାସ୍ଥ୍ୟ ବିପଦକୁ କମ୍ କରିବା ଲାଗି ସ୍ୱାସ୍ଥ୍ୟ ଯାଂଚ ଓ ଦୈନନ୍ଦୀନ ସାମ୍ନା କରୁଥିବା ଆହ୍ୱାନର ମୁକାବିଲା ଲାଗି ଯେଭଳି ପ୍ରସ୍ତୁତ ରହିପାରିବେ ସେଥିପାଇଁ ପିଲା ଓ ସେମାନଙ୍କ ଅଭିଭାବକଙ୍କୁ କାଉନସେଲିଂ ସହାୟତା ପ୍ରଦାନ କରାଯିବ ।

 ପ୍ରାକ୍‌-ଧନ୍ଦାମୂଳକ ତାଲିମ ଓ ଏକ୍ସଟ୍ରା କରିକୁଲାର୍ ଆକ୍ଟିଭିଟି: ମାପ, ଅର୍ଥ ରାଶି ବଦଳାଇବା, ସମୟ ପରିଚାଳନା ଇତ୍ୟାଦି ବିଷୟ ଉପରେ ପ୍ରାକ୍ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ସଙ୍ଗୀତ, ଯୋଗ ଓ କ୍ରୀଡ଼ା ଆଦି ଜରିଆରେ ଅନ୍ୟାନ୍ୟ ଚିକିତ୍ସା ପ୍ରଦାନ କରାଯିବ । ଗୋଷ୍ଠୀ ଭିତିକ ଥଇଥାନ (ସିବିଆର୍‌) କାର୍ଯ୍ୟକ୍ରମ:

 ଫିଜିଓଥେରାପି: ଦ୍ୱି-ସପ୍ତାହ ଭିତିରେ ଶାରିରୀକ ଭିନ୍ନକ୍ଷମ ପିଲାଙ୍କ ଘରେ ଫିଜିଓଥେରାପି ସହାୟତା ଦିଆଯିବ । ପିଲାମାନଙ୍କ ଯେଭଳି ସର୍ବୋତ୍କୃ୍‌ଷ୍ଟ ଶାରିରୀକ ବିକାଶ ହୋଇପାରିବ ସେଥିପାଇଁ ଉତ୍ସର୍ଗୀକୃତ ଫିଜିଓଥେରାପିଷ୍ଟ୍‌ମାନେ ପିଲାମାନଙ୍କୁ ସାହାଯ୍ୟ କରିବେ ।

 ସ୍ୱତନ୍ତ୍ର ଶିକ୍ଷା: ଯୋଗାଯୋଗ ଆହ୍ୱାନ, ଆବେଗିକ ଓ ବ୍ୟାବହାରିକ ସମସ୍ୟା ଦେଇ ଗତି କରୁଥିବା ପିଲାମାନଙ୍କ ଶିଖିବା ସମସ୍ୟା ଦୂର କରିବା ଲାଗି ସପ୍ତାହକୁ ୬ ଦିନିଆ ସ୍ୱତନ୍ତ୍ର ଶିକ୍ଷାର ଯୋଜନା ପ୍ରସ୍ତୁତ କରାଯାଇଛି ।

 ଅଭିଭାବକ ବୈଠକ ଓ ପ୍ରଶିକ୍ଷଣ: ଆବେଗିକ ଚାପକୁ ହ୍ରାସ କରିବା ଲାଗି ନିୟମିତ ଭାବେ ଅଭିଭାବକଙ୍କ ବୈଠକ ଆୟୋଜନ କରାଯାଉଛି ଓ ଯେହେତୁ ପିଲାମାନେ ଅଧିକାଂଶ ସମୟ ପରିବାର ସହିତ ବିତାଉଛନ୍ତି ତେଣୁ ଏହି କାର୍ଯ୍ୟକ୍ରମ ଅଧୀନରେ ଅଭିଭାବକମାନଙ୍କୁ ସେମାନଙ୍କ ବୈଜ୍ଞାନିକ ଓ ଢ଼ାଂଚାଗତ ଜ୍ଞାନ ବିକଶିତ କରିବା ଲାଗି ପ୍ରଶିକ୍ଷଣ ଦିଆଯାଉଛି । ଡବ୍ଲୁଏଚ୍‌ଓର ଆକଳନ ଅନୁଯାୟୀ ସାରା ଦୁନିଆରେ ୧୫୦ ନିୟୁତରୁ ଅଧିକ ପିଲା ଭିନ୍ନକ୍ଷମ ହୋଇ ବଂଚୁଛନ୍ତି । ଭାରତ ଭଳି ବିକାଶଶୀଳ ଦେଶରେ ୦-୧୯ ବର୍ଷର ପିଲାମାନଙ୍କ ମଧ୍ୟରେ ଭିନ୍ନକ୍ଷମତା ସମସ୍ୟା ଅଧିକ ରହିଥିବା ବେଳେ ଅଧିକାଂଶ ଗ୍ରାମାଚଂଳର ଓ ଭିନ୍ନକ୍ଷମ ହୋଇଥିବାରୁ ସେମାନେ ଶିକ୍ଷା ଓ ନିଯୁକ୍ତି ଭଳି ମୌଳିକ ସୁଯୋଗରୁ ବଂଚିତ ହୋଇଥାନ୍ତି । କେନ୍ଦୁଝର ଜନସଂଖ୍ୟାରେ ଦୃଷ୍ଟି ପକାଇଲେ ଜଣାଡ଼ୁଛି ଯେ ୨୦୧୧ରେ ସେଠାରେ ୩୪,୭୨୮ ଜଣ ଭିନ୍ନକ୍ଷମ ଥିଲେ ଓ ସେମାନଙ୍କ ମଧ୍ୟରୁ ୧୦% ହେଉଛନ୍ତି ମାନସିକ ଭିନ୍ନକ୍ଷମ । ସଦ୍‌ଭାବନା, ଏକ ସ୍ଥାନୀୟ ଅଣ ଲାଭଦାୟକ ସଂସ୍ଥା ଗତ ୨୦ ବର୍ଷ ଧରି ଓଡ଼ିଶାର ୧୩ଟି ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ସମସ୍ୟା ଦେଇ ଗତି କରୁଥିବା ପିଲାମାନଙ୍କ କଲ୍ୟାଣ ଓ ଉତ୍‌ଥାନ ପାଇଁ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version