No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ଖୋର୍ଦ୍ଧା-ଜଟଣୀ :- ରାଧାକୃଷ୍ଣ ସୋସିଓ କଲଚୁରାଲ ଏବଂ ଦରିଦ୍ର ନାରାୟଣ ସେବା ସଂଘର ୩୧ତମ ବାର୍ଷିକ ଉତ୍ସବ ଜଟଣୀ ବ୍ଲକ ଭାତଖୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ତଥା ଅବିଭକ୍ତ ପୁରୀ ଜିଲ୍ଲାର ଅଗ୍ରଣୀ ସ୍ବେସ୍ଛା ସେବୀ ଅନୁଷ୍ଠାନ ରାଧା କୃଷ୍ଣ ସୋସିଓ କଲଚୁରାଲ ଏବଂ ଦରିଦ୍ର ନାରାୟଣ ସେବା ସଂଘର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅବିଭକ୍ତ ପୁରୀ ଜିଲ୍ଲାର ଏକ ହଜାରରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଔଷଧ ଏବଂ ବସ୍ତ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ରାଜ୍ୟ ମୁଖ୍ୟ ସଂଜୀବ ଭରଦ୍ବାଜ,ଜେନେରାଲ ମ୍ୟାନେଜର ପ୍ରକାଶ ଦାସ, ଡେପୁଟି ଜେନେରାଲ ମ୍ୟାନେଜର ଆଦିତ୍ୟ ପାଢ଼ୀ ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଏକ ହଜାରରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କୁ ଔଷଧ ଓ ବସ୍ତ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଲଲାଟ କିଶୋର ପୃଷ୍ଟି , ଉପସଭାପତି ଭରତ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ ।

No Result
View All Result