No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ପାରଳାଖେମୁଣ୍ଡି :- ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଆଜି ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ହରତାଳ ପାଳନ କରାଯାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦିଆଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା ଆର.ଉଦୟଗିରି, ରାୟଗଡ, ମୋହନା, ନୁଆଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଆଦି ଅଞ୍ଚଳରେ କଂଗ୍ରେସ ଦଳ ତରଫରୁ ହରତାଳ ପ୍ରଦର୍ଶନ କରାଯାଇ ମମିତାଙ୍କୁ ନ୍ୟାୟ ଦେବାରେ ସରକାରଙ୍କ ବିଫଳତା ଓ ଏଥିରେ ସଂପୃକ୍ତ ଗୃହ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ

ମମିତା ହତ୍ୟାକାଣ୍ଡର ସମସ୍ତ ପ୍ରମାଣକୁ ଉଦ୍ଦେଶ୍ୟ ମୁଲକ ଭାବେ ସରକାର ନଷ୍ଟ କରୁଥିବା ଆଦିର ପ୍ରତିବାଦ ଜଣାଇ କଂଗ୍ରେସ ଦଳ ତରଫରୁ ତୀବ୍ର ସମାଲୋଚନା କରାଯାଇଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ହାଇସ୍କୁଲ ଛକ ଠାରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗଙ୍କ ନେତୃତ୍ୱରେ ହରତାଳ ପ୍ରଦର୍ଶନ କରାଯାଇ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଜିଲ୍ଲା କଂଗ୍ରେସ ଯୁବ ସଭାପତି ସୁର୍ଯ୍ୟନାରାୟଣ ପାତ୍ର, ପ୍ରଦେଶ କଂଗ୍ରେସର ସଂପାଦକ ସଞ୍ଜୟ ଅଧିକାରୀ, ଜିଲ୍ଲାଉପସଭାପତି ବସନ୍ତ କୁମାର ପଣ୍ଡା,କୃଷ୍ଣ କୁମାର ବେହେରା, ପୂର୍ବତନକାଉନସିଲର ତ୍ରିନାଥପାତ୍ର, କୁନା ମାଝୀ, ସନ୍ତୁ ରଥ,ମୁନା ମହାରଣା ପ୍ରମୁଖଙ୍କ ସହ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ l

No Result
View All Result